Masthead

ଆଦାନି-ହିଣ୍ଡେନବର୍ଗ ମାମଲା, କେନ୍ଦ୍ର ସରକାରଙ୍କ ବନ୍ଦ ଲଫାପା ପ୍ରସ୍ତାବକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଛି। ନିବେଶକଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ବନ୍ଦ ଲଫାପାରେ କେତେକ ପରାମର୍ଶ ଦେଇଛନ୍ତି। କିନ୍ତୁ ବନ୍ଦ ଲଫାପାକୁ ଗ୍ରହଣ କରିବା ଲାଗି ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ନିବେଶକଙ୍କ ସୁରକ୍ଷା ଲାଗି ସବୁ କାମରେ ସ୍ବଚ୍ଛତା ଦରକାେର। ଆଦାନି-ହିଣ୍ଡେନବର୍ଗ ରିପୋର୍ଟ ପରିପ୍ରେକ୍ଷୀରେ ନିବେଶକଙ୍କର କ୍ଷତି ହୋଇଛି। ଗତ ଶୁଣାଣି ସମୟରେ କୋର୍ଟଙ୍କ ନିର୍ଦ୍ଦେଶରେ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜି ହୋଇଥିଲେ।

ସେତେବେଳେ ସରକାର ଏକ ବନ୍ଦ ଲଫାପାରେ ବିଶେଷଜ୍ଞଙ୍କ ନାମ ଦେବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସୁପ୍ରିମକୋର୍ଟ ଏହି ବନ୍ଦ ଲଫାପାକୁ ଗ୍ରହଣ କରି ନାହାନ୍ତି। ଶୁକ୍ରବାର ଶୁଣାଣି ବେଳେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଏହି ମାମଲାର ତଦନ୍ତରେ ଆମେ ସ୍ୱଚ୍ଛତା ଚାହୁଁଛୁ। ତେଣୁ କେନ୍ଦ୍ରର ପରାମର୍ଶ ଗ୍ରହଣ କରାଯାଇପାରିବ ନାହିଁ। କୋର୍ଟ କହିଛନ୍ତି – ଯଦି ଆପଣ ଦେଇଥିବା ନାମ ଅନ୍ୟ ପକ୍ଷକୁ ଦିଆଯାଇନଥାଏ, ତେବେ ସ୍ୱଚ୍ଛତାର ଅଭାବ ରହିବ। ସେଥିପାଇଁ ଆମେ ଆମ ତରଫରୁ ଏକ ବିଶେଷଜ୍ଞ କମିଟି ଗଠନ କରିବୁ। ସେ କହିଛନ୍ତି ଯେ ଆମେ ଏନେଇ ରାୟ ସଂରକ୍ଷିତ ରଖିଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା