Masthead

 ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବଡ ଝଟକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବଡ ଝଟକା । ବାଦ୍ ପଡିଲେ ଡେଭିଡ୍ ୱାର୍ଣ୍ଣର । ଦିଲ୍ଲୀରେ ଚାଲିଛି ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ । ଆଜି ହେଉଛି ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ଓପନର ଡେଭିଡ୍ ୱାର୍ଣ୍ଣର ଆହତ ହୋଇ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ରେନଶାଙ୍କୁ ଦଳରେ ସାମିଲ କରିଛି ଅଷ୍ଟ୍ରେଲିଆ ଟିମ୍ ।

ଶୁକ୍ରବାର ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ମାତ୍ର ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲେ ଡେଭିଡ୍ ୱାର୍ଣ୍ଣର । ଏହି ସମୟରେ ଭାରତୀୟ ବୋଲରଙ୍କ ଗୋଟିଏ ବଲ୍ ତାଙ୍କ ହେଲମେଟରେ ବାଜିଥିଲା । ଏହାପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଏହାପରେ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯିବା ସହିତ, ବଦଳ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି ।ଶନିବାର ପରୀକ୍ଷା ପରେ ଜଣାପଡିଥିଲା ଯେ, ୱାର୍ଣ୍ଣର ମ୍ୟାଚ୍ ଖେଳିବାକୁ ସମ୍ପୂର୍ଣ୍ଣ ଭାବେ ଫିଟ୍ ନାହାଁନ୍ତି । ତେଣୁ ବାଧ୍ୟ ହୋଇ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା