Masthead

ଚର୍ଚ୍ଚାରେ ଦିଲ୍ଲୀର ‘ବାବା କା ଢାବା’

ନୂଆଦିଲ୍ଲୀ,(ବଡ଼ ଖବର ବ୍ୟୁରୋ): ୮୦ ବର୍ଷୀୟ ଦମ୍ପତିଙ୍କ ଢାବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀର ମାଲବ୍ୟ ନଗରରେ ଗୋଟିଏ ଛୋଟ ଢାବାରେ ପନିର ମଟର ଏବଂ ରୋଟି ବିକ୍ରି କରନ୍ତି ଏହି ୮୦ ବର୍ଷୀୟ ଦମ୍ପତି । ଦମ୍ପତିଙ୍କ ବୟସ ପ୍ରାୟ ୮୦ରୁ ଉର୍ଦ୍ଧ ହେବ । ମହାମାରୀ କରୋନା ସମୟରେ ତାଙ୍କର ବିକ୍ରି ହେଉନଥିବା କହିଛନ୍ତି ଢାବାର ମାଲିକ ।

ଜଣେ ଫୁଡ୍ ବ୍ଲଗର(ୟୁଟ୍ୟୁବର) ତାଙ୍କ ସହ କଥା ହେଉଥିବା ସମୟରେ ତାଙ୍କ ଢାବାରେ ବିକ୍ରି ହେଉନଥିବା କହିବା ସମୟରେ ଭୋ ଭୋ ହୋଇ କାନ୍ଦିଥିଲେ । ପରେ ତାଙ୍କୁ ସେ ସାନ୍ତ୍ୱନା ଦେଉଥିବାର ଭିଡ଼ିଓ ସେ ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହି ଭିଡ଼ିଓ ଖୁବ୍ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା ଏହାକୁ ବଲିଉଡ଼ ସେଲିବ୍ରିଟ୍ ରବିନା ଟଣ୍ଡନଙ୍କ ସହିତ ସ୍ୱରା ଭାସ୍କର ମଧ୍ୟ ସେୟାର କରିଥିଲେ ।

ଏହାପରେ ଆଜି ଏହି ଢାବା ସାମ୍ନାରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼ । ଢାବାରେ ଖାଇବା ପାଇଁ ଲୋକମାନଙ୍କ ଲାଇନ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କରୋନା ସମୟରେ ଏହି ବୃଦ୍ଧ ଦମ୍ପତିଙ୍କ ଢାବା ଅଚଳ ହୋଇପଡ଼ିଥିବା ବେଳେ ସୋସିଆଲ ମିଡ଼ିଆ ପ୍ରଭାବରେ ପୁଣିଥରେ ତାଙ୍କ ମୁହଁରେ ହସ ଫୁଟି ପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!