Masthead

ଚର୍ଚ୍ଚାରେ ଦିଲ୍ଲୀର ‘ବାବା କା ଢାବା’

ନୂଆଦିଲ୍ଲୀ,(ବଡ଼ ଖବର ବ୍ୟୁରୋ): ୮୦ ବର୍ଷୀୟ ଦମ୍ପତିଙ୍କ ଢାବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀର ମାଲବ୍ୟ ନଗରରେ ଗୋଟିଏ ଛୋଟ ଢାବାରେ ପନିର ମଟର ଏବଂ ରୋଟି ବିକ୍ରି କରନ୍ତି ଏହି ୮୦ ବର୍ଷୀୟ ଦମ୍ପତି । ଦମ୍ପତିଙ୍କ ବୟସ ପ୍ରାୟ ୮୦ରୁ ଉର୍ଦ୍ଧ ହେବ । ମହାମାରୀ କରୋନା ସମୟରେ ତାଙ୍କର ବିକ୍ରି ହେଉନଥିବା କହିଛନ୍ତି ଢାବାର ମାଲିକ ।

ଜଣେ ଫୁଡ୍ ବ୍ଲଗର(ୟୁଟ୍ୟୁବର) ତାଙ୍କ ସହ କଥା ହେଉଥିବା ସମୟରେ ତାଙ୍କ ଢାବାରେ ବିକ୍ରି ହେଉନଥିବା କହିବା ସମୟରେ ଭୋ ଭୋ ହୋଇ କାନ୍ଦିଥିଲେ । ପରେ ତାଙ୍କୁ ସେ ସାନ୍ତ୍ୱନା ଦେଉଥିବାର ଭିଡ଼ିଓ ସେ ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହି ଭିଡ଼ିଓ ଖୁବ୍ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା ଏହାକୁ ବଲିଉଡ଼ ସେଲିବ୍ରିଟ୍ ରବିନା ଟଣ୍ଡନଙ୍କ ସହିତ ସ୍ୱରା ଭାସ୍କର ମଧ୍ୟ ସେୟାର କରିଥିଲେ ।

ଏହାପରେ ଆଜି ଏହି ଢାବା ସାମ୍ନାରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼ । ଢାବାରେ ଖାଇବା ପାଇଁ ଲୋକମାନଙ୍କ ଲାଇନ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କରୋନା ସମୟରେ ଏହି ବୃଦ୍ଧ ଦମ୍ପତିଙ୍କ ଢାବା ଅଚଳ ହୋଇପଡ଼ିଥିବା ବେଳେ ସୋସିଆଲ ମିଡ଼ିଆ ପ୍ରଭାବରେ ପୁଣିଥରେ ତାଙ୍କ ମୁହଁରେ ହସ ଫୁଟି ପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼