Masthead

ବିଦ୍ୟୁତ ଲାଗି ମହିଳା ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ଚନ୍ଦକା ଥାନା ଅଧିନସ୍ଥ କୁଜିମହଲ ଗ୍ରାମରେ ଅଭାବନୀୟ ଘଟଣା । ବାଡ଼ରେ ଲାଗି ଥିବା ବିଦ୍ୟୁତ ସଂପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ କାମ କରିବାକୁ ବିଲକୁ ଯାଉଥିବା ସମୟରେ ବାଡରେ ଲାଗିଥିବା ବିଦ୍ୟୁତ ସଂପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ମୃତକ ମହିଳା ଜଣକ ହେଲେ କୁଜିମହଲ ଗ୍ରାମ ଆଦିବାସୀ ସମ୍ପ୍ରଦାୟର ବିକାଶ ମାଝୀଙ୍କ ପତ୍ନୀ କ୍ଷୀର ମାଝୀ ( ୫୫ ) । ଖବର ପାଇ ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ପହଞ୍ଚି ଶବ ଜବତ କରିଛି । ସେପଟେ ମୃତ ମହିଳାଙ୍କ ସ୍ୱାମୀ ଅଭିଯୁକ୍ତ ସରୋଜ ସାହୁଙ୍କ ନାମରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ କୁଜିମହଲ ଗ୍ରାମର ସରୋଜଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରିଛି । ଏହି ଘଟଣାରେ ସରୋଜ ସାହୁ ଫେରାର ଥିବା ବେଳେ ତାଙ୍କ ପୁଅକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଚନ୍ଦକା ପୋଲିସ । ଅପର ପକ୍ଷରେ ମହିଳାଙ୍କ ଶବ ସତ୍କାର ପାଇଁ ଟଙ୍କା ଦାବି କରି ଚନ୍ଦକା-ମେଣ୍ଢାଶାଳ ରାସ୍ତାକୁ ଅବରୋଧ କରିଛନ୍ତି ମୃତକଙ୍କ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା