Masthead

ଗୋ ଚାଲାଣ ସନ୍ଦେହରେ ଅପହରଣ କରି ହତ୍ୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୋ ଚାଲାଣ ସନ୍ଦେହରେ ଗାଡ଼ି ସହ ଦୁଇ ଯୁବକଙ୍କୁ ଜାଳି ଦେଲେ । ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ରିଙ୍କୁ ସୋନିକୁ ଗିରଫ କରି ରିମାଣ୍ଡରେ ନେଇଛି। ରାଜସ୍ଥାନ ଭରତପୁରର ଏକ ଅଦାଲତ ଅଭିଯୁକ୍ତ ରିଙ୍କୁ ସୋନିକୁ ୫ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ଏହାରି ଭିତରେ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଜାହିଦା ଖାନ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟି ଏହି ମାମଲାରେ ଆଲୋଚନା କରିଛି। ସୂଚନା ଅନୁସାରେ ବୁଧବାର ଦିନ ରାଜସ୍ଥାନର ଭରତପୁର ଜିଲ୍ଲାର ଘାଟମିକା ଗାଁରେ ରହୁଥିବା ଦୁଇ ମୁସଲିମ ଯୁବକ ନାସିର ଓ ଜୁନୈଦଙ୍କ ମୃତଦେହ ଭିୱାନୀ ଅଞ୍ଚଳର ଲୋହାରୁରେ ଏକ ଜଳନ୍ତା ବୋଲେରୋ ଗାଡି ଭିତରୁ ମିଳିଥିଲା। ଏହି ଦୁଇ ଜଣକଙ୍କୁ କିଛି ଗୋରକ୍ଷକ ବୁଧବାର ଦିନ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ