Masthead

ଷ୍ଟେଜ ଛାଡି ପଳାଇଲେ ପପୁ ପମପମ୍

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ହାସ୍ୟ ଅଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ, କାର୍ୟ୍ୟକ୍ରମ ଅଧାରୁ ଛାଡି ପଳାଇଲେ ପପୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ସୁରଳ ଗ୍ରାମରେ । ସୁରଳ ଗ୍ରାମରେ ଶିବରାତ୍ରି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମ ଚାଲିଥିଲା । କାର୍ୟ୍ୟକ୍ରମର ଆରମ୍ଭ ହେବାର କିଛି ସମୟ ପରେ ପପୁ ପମପମ ମଞ୍ଚ ଉପରକୁ ଆସିଥିଲେ ।

ଏହି ସମୟରେ ହଠାତ୍ ମଞ୍ଚ ଉପରକୁ ପଥର ମାଡ ହୋଇଥିଲା । ପଥର ପପୁଙ୍କ କାନ୍ଧର କିଛି ଇଞ୍ଚ ବ୍ୟବଧାନରେ ଯାଇ ପଛପଟେ ଥିବା ଡିଜିଟାଲ ଡିସପ୍ଲେ ବୋର୍ଡକୁ ବାଜିବାରୁ ତାହା ଭାଙ୍ଗି ଯାଇଥିଲା । ପରେ ଆଉ ଏକ ପଥର ମଞ୍ଚ ଉପରେ ଥିବା ଅନ୍ୟ ଜଣେ ଯୁବକଙ୍କୁ ବାଜିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁ ପମପମ କାର୍ୟ୍ୟକ୍ରମ ଅଧାରୁ ପଳାଇଥିଲେ । ତେବେ କେଉଁ କାରଣ ଯୋଗୁଁ ପଥର ମାଡ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏନେଇ ସ୍ଥାନୀୟ ଥାନାରେ ମଧ୍ୟ କିଛି ଅଭିଯୋଗ ହୋଇନଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ