Masthead

କାଲି ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ): ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ଆଜି ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଶାସକ ଦଳ ବିରୋଧୀ ଦଳକୁ କେମିତି ଘେରିବେ ସେ ନେଇ ରଣନୀତି ପ୍ରସ୍ତୁତ କରିବେ ଉଭୟ ଦଳ । ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପାଖରେ ମାଳ ମାଳ ପ୍ରସଙ୍ଗ ରହିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି ମୁଖ୍ୟ ପ୍ରସଙ୍ଗ ନେଇ ଶାସକ ଦଳ ଦଳକୁ ଘେରିବ ବିରୋଧୀ ଦଳ । ସେହିପରି ଜେଲରେ ଗୋବିନ୍ଦର ମୃତ୍ୟୁ, ମହାନଦୀ ଜଳ ପ୍ରସଙ୍ଗ, ହକି ନାଁରେ ହରିଲୁଟ, ହକି ପାସ ବଣ୍ଟନ ଦୁର୍ନୀତି, ବିଜୁଳି ଟିକସ, କେନ୍ଦ୍ରୀୟ ଅନୁଦାନ ବାଟମାରଣା, କେନ୍ଦ୍ର ଯୋଜନାକୁ ନିଜ ନାଁରେ କରିବା ଭଳି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ଦଳ ।

ଆଜି ଅପରାହ୍ଣରେ ବିଜେପି ବିଧାୟକ ଦଳ ବୈଠକ ବସିବ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନରେ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ପ୍ରଭାରୀ ସୁନୀଲ ବଂଶଲ ଯୋଗଦେବେ । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟନାରାୟଶ ମିଶ୍ର ଆଇଆଇସିଙ୍କୁ ଧକ୍କା ମରା ଘଟଣାକୁ ପ୍ରସଙ୍ଗ କରିବ ଶାସକ ଦଳ । ଏହାସହ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦେଉଥିବା ୫କେଜି ଚାଉଳ କାହିଁକି କାଟିଲେ? ଓଡ଼ିଶାକୁ କାହିଁକି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବନି? ଏହି ସବୁ ପ୍ରସଙ୍ଗ ଶାସକ ବିଜେଡି ବିଧାନସଭାରେ ଉଠାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା