Masthead

ଆକ୍ସିଡେଣ୍ଟାଲ ଡେଥ ନୁହେଁ ନବ ଦାସଙ୍କ ମୃତ୍ୟୁ : ନରସିଂହ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଆଇନର ଶାସନ ନୁହେଁ ଜଙ୍ଗଲି ଶାସନ ଚାଲିଛି। ନବ ଦାସ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସନ୍ଧେହ ବଢୁଛି। ତଦନ୍ତ କାରୀ ସଂସ୍ଥା ପ୍ରେସମିଟ ଜରିଆରେ ଲୋକଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେବା ଦରକାର । ନବ ଦାସଙ୍କ ହତ୍ୟାକାଣ୍ଡ ହଠାତ ହୋଇନି । ଆକ୍ସିଡେଣ୍ଟାଲ ଡେଥ ନୁହେଁ । ଏହା ବହୁ ଦିନର ଷଡ଼ଯନ୍ତ୍ର । ତାଙ୍କର ମୃତ୍ୟୁ ଘଟଣା ସ୍ଥଳରେ ହିଁ ହୋଇଛି । ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁ ନଥିବା ନେଇ ନରସିଂହଙ୍କ ପ୍ରତିକ୍ରିୟା ଓଡିଶାରେ ଡିଜି ନଥିବା ଭଳି ମନେ ହେଉଛି । ଡିଜି କିଛି କରୁ ନାହାନ୍ତି । ସରକାର କହିଁକି ତାଙ୍କୁ ନିଯୁକ୍ତି ଦେଇଛନ୍ତି ବିଦା କରନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସେପଟେ ଗୋବିନ୍ଦ ହତ୍ୟା କି ଆତ୍ମହତ୍ୟା କରିଛି ଏଯାଏଁ ପୋଲିସ ସ୍ପଷ୍ଟ କରିନି । ଏଥିରୁ ଜଣା ପଡୁଛି କ୍ରାଇମବ୍ରାଞ୍ଚର ପାରିବା ପଣିଆ । ଚାଷୀଙ୍କ ପ୍ରସଙ୍ଗ ବି ବିଧାନସଭାରେ ଉଠିବ। ଧାନ ଉଠୁନି ଚାଷୀ ହତାଶ । ହଜାର ହଜାର କୋଟିର ଦୁର୍ନୀତି ହେଉଛି । ବେକାରୀ ସମସ୍ୟା ବି ଉଠାଇବ କଂଗ୍ରେସ । ଭିସି ମୋଡ଼କୁ ବିଜେପିର ବିରୋଧ ନେଇ ନରସିଂହଙ୍କ ପ୍ରତିକ୍ରିୟା ଅସୁସ୍ଥତା କାରଣରୁ ଭିସି ଜରିଆରେ ଗୃହ କାର୍ୟ୍ୟରେ କେହି ଭାଗ ନେଲେ କୌଣସି ଅସୁବିଧା ନାହିଁ। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଏହି ବ୍ୟବସ୍ଥା ହେଲାଣି ବିଧାନସଭାରେ ହେଲେ କିଛି ଅସୁବିଧା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ