Masthead

ଟ୍ୱିଟର ପାଳନ କରୁନି ଆଇଟି ମନ୍ତ୍ରାଳୟର ନୂଆ ନିୟମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୁଗୁଲ, ଫେସବୁକ ଏବଂ ହ୍ବାଟସଆପ୍ ଆଇଟି ମନ୍ତ୍ରଣାଳୟ ସହିତ ସବିଶେଷ ତଥ୍ୟ ସେୟାର କରିଛନ୍ତି କିନ୍ତୁ ଟ୍ବିଟର ଏପର୍ୟ୍ୟନ୍ତ ନୂତନ ନିୟମ ପାଳନ କରୁନାହିଁ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଟ୍ବିଟର ମୁଖ୍ୟ ନିୟମ ଅଧିକାରୀଙ୍କ ବିବରଣୀ ମନ୍ତ୍ରଣାଳୟକୁ ପଠାଇନାହିଁ । ଟ୍ବିଟର କେବଳ ଭାରତରେ ଆଇନ ସଂସ୍ଥାରେ କାର୍ୟ୍ୟ କରୁଥିବା ଜଣେ ଓକିଲଙ୍କ ବିବରଣୀ ଦେଇଛି, ଯିଏ ନୋଡାଲ କଣ୍ଟାକ୍ଟ ପର୍ସନ୍ ଏବଂ ଅଭିଯୋଗ ଅଧିକାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଅଧିକାଂଶ ବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମ ନୂତନ ଆଇଟି ନିୟମ ଅନୁଯାୟୀ, ମୁଖ୍ୟ ନିୟମ ଅଧିକାରୀ, ନୋଡାଲ କଣ୍ଟାକ୍ଟ ପର୍ସନ୍, ଅଭିଯୋଗ ଅଧିକାରୀଙ୍କ ବିବରଣୀ ସେୟାର କରିଛନ୍ତି ।

ଗୁଗୁଲ୍, ଫେସବୁକ୍, ହ୍ବାଟସ୍ ଆପ ସେୟାରଚାଟ, ଟେଲିଗ୍ରାମ ଏବଂ ଲିଙ୍କଡନ୍ ସମେତ ଗୁରୁତ୍ବପୂର୍ଣ୍ଣ ସୋସିଆଲ ମିଡିଆ ମଧ୍ୟସ୍ଥିମାନେ ନୂତନ ନିୟମର ଆବଶ୍ୟକତା ଅନୁଯାୟୀ ମନ୍ତ୍ରଣାଳୟ ସହିତ ସବିଶେଷ ତଥ୍ୟ ବାଣ୍ଟିଛନ୍ତି। ଗୁରୁବାର ସରକାର କହିଥିଲେ ଯେ, ସୋସିଆଲ ମିଡିଆ ମେସେଜିଂ ପ୍ଲାଟଫର୍ମ ଭାରତ ବିରୋଧରେ ଭତ୍ତିହୀନ ଓ ମିଥ୍ୟା ଆରୋପ ଲଗାଇ ବଦନାମ କରିବାକୁ ଚାହୁଁଛି । ଟ୍ବିଟର ଅଫିସ ଉପରେ ଦିଲ୍ଲୀ ପୋଲିସର ଚଢାଉକୁ ଟ୍ବିଟର ଭାରତ ସରକାରଙ୍କ ଡର ବୋଲି କହିଛି । ଅନ୍ୟପକ୍ଷେ ଭାରତ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି । ଭାରତର ନୂଆ ଆଇଟି ନିୟମ ଅନୁସାରେ, ସୋସିଆଲ ମିଡିଆ କମ୍ପାନୀ ଫେସବୁକ, ହ୍ବାଟସଆପ୍, ଟ୍ବିଟରକୁ ୩୬ ଘଣ୍ଟା ମଧ୍ୟରେ କୌଣସି ମେସେଜର ସୋର୍ସ ଚିହ୍ନଟ କରିବେ । ଏହା ସହ କମ୍ପାନୀ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ, ନୋଡାଲ୍ କଣ୍ଟାକ୍ଟ ପର୍ସନ୍ ଏବଂ ଅନ୍ୟାନ୍ୟ ଅତିରିକ୍ତ ଅଫିସରଙ୍କୁ ନିଯୁକ୍ତ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି