Masthead

ଗୋପାଳଙ୍କ ଫଟୋକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରଦା ଫାସ ବର୍ତ୍ତମାନ ସୁଦ୍ଧା ହୋଇନଥିବା ବେଳେ ଏବେ ସାମ୍ନାକୁ ଆସିଛି ଗୋପାଳର ଆଉ ଏକ ଫଟୋ । ଯାହା ଭାଇରାଲ ହେବାରେ ଲାଗିଛି । ସର୍ଭିସ ରିଭଲଭର ଦେଖାଯାଉନଥିଲେ ମଧ୍ୟ ଫଟୋରେ ସ୍ପଷ୍ଟ ଜଣାପଡୁଛି କେମିତି ମନ୍ତ୍ରୀଙ୍କୁ ମାରିଥିଲା ଗୋପାଳ । ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି। ପୂର୍ବରୁ ନବଦାସ ହତ୍ୟା ବେଳର ଏକାଧିକ ଭିଡିଓ ସାମ୍ନାକୁ ଆସିଥିଲେ ବି ଅଭିଯୁକ୍ତ ସାମ୍ନା ପଟୁ ଗୁଳି କରୁଥିବାର ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିନଥିଲା। ଫଟୋରେ ବନ୍ଧୁକ ଦେଖାଯାଉନଥିଲେ ବି ଅଭିଯୁକ୍ତ ଗୋପାଳର ପୋଜିସନ୍‌ ସ୍ପଷ୍ଟ ବାରି ହୋଇଛି।

ଏହି ଫଟୋକୁ ନେଇ ସାରା ଏବେ ରାଜ୍ୟରେ ଚର୍ଚ୍ଚା । ନବ ଦାସ ନିଜ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଗୋପାଳ ତାଙ୍କୁ ଫାୟରିଂ କରିଛି । ଯେଉଁଥିରେ ସେ ଜାଣିପାରିଛନ୍ତି । ଆଉ ଟଳିପଡିଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଯାଇ ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ପରେ ଭୁବନେଶ୍ୱର ଅଣାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଥିଲା । ନବ ଦାସଙ୍କ ମୃତ୍ୟୁକୁ ନେଇ ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରିଆସୁଥିବା ବେଳେ ସରକାର କ୍ରାଇମବ୍ରାଂଚ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନବ ଦାସ ହତ୍ୟା ପଛର ପ୍ରକୃତ କାରଣ ଜଣାପଡିନାହିଁ । ସେପଟେ ବେଙ୍ଗଲୁରୁର ନିମାହସନ ମେଡିକାଲ ବଦଳରେ କଟକ ଚୌଦ୍ୱାର ସର୍କଲ ଜେଲରେ ହେବ ଗୋପାଳ ଦାସର ମାନସିକ ସ୍ଥିତି ଯାଂଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗଡ଼ା ଜେଏମଏଫସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ