Masthead

ଆଜିଠୁ ବଜେଟ ଅଧିବେଶନ

ଭୁବନେଶ୍ୱର ( ବଡ଼ ଖବର ବ୍ୟୁରୋ):  ଆଜିଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟରେ ହେବ ବଜେଟ ଅଧିବେଶନ । ଏହି ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ମାର୍ଚ୍ଚ ୧ ତାରିଖ ଯାଏଁ ହେବ । ଦ୍ୱିତୀୟ ପର୍ଯ୍ୟାୟ ୧୦ରୁ ଆରମ୍ଭ ହେବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି ।

ସେପଟେ ଶାସକ ଦଳ ବିରୋଧୀ ଦଳକୁ କେମିତି ଘେରିବେ ସେ ନେଇ ରଣନୀତି ପ୍ରସ୍ତୁତ କରିବେ ଉଭୟ ଦଳ । ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପାଖରେ ମାଳ ମାଳ ପ୍ରସଙ୍ଗ ରହିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି ମୁଖ୍ୟ ପ୍ରସଙ୍ଗ ନେଇ ଶାସକ ଦଳ ଦଳକୁ ଘେରିବ ବିରୋଧୀ ଦଳ । ସେହିପରି ଜେଲରେ ଗୋବିନ୍ଦର ମୃତ୍ୟୁ, ମହାନଦୀ ଜଳ ପ୍ରସଙ୍ଗ, ହକି ନାଁରେ ହରିଲୁଟ, ହକି ପାସ ବଣ୍ଟନ ଦୁର୍ନୀତି, ବିଜୁଳି ଟିକସ, କେନ୍ଦ୍ରୀୟ ଅନୁଦାନ ବାଟମାରଣା, କେନ୍ଦ୍ର ଯୋଜନାକୁ ନିଜ ନାଁରେ କରିବା ଭଳି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ଦଳ ।

ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଶ ମିଶ୍ର ଆଇଆଇସିଙ୍କୁ ଧକ୍କା ମରା ଘଟଣାକୁ ପ୍ରସଙ୍ଗ କରିବ ଶାସକ ଦଳ । ଏହାସହ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦେଉଥିବା ୫କେଜି ଚାଉଳ କାହିଁକି କାଟିଲେ? ଓଡ଼ିଶାକୁ କାହିଁକି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବନି? ଏହି ସବୁ ପ୍ରସଙ୍ଗ ଶାସକ ବିଜେଡି ବିଧାନସଭାରେ ଉଠାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼