Masthead

ଷ୍ଟେଜ ଉପରେ ସୋନୁ ନିଗମଙ୍କୁ ଆକ୍ରମଣ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ଷ୍ଟେଜରେ ସୋ କରିବା ବେଳେ ବଲିଉଡ ଗାୟକ ସୋନୁ ନିଗମଙ୍କୁ ଆକ୍ରମଣ । ସୋନୁ ନିଗମ ଓ ତାଙ୍କ ବନ୍ଧୁ ରବ୍ୱାନି ଖାଁଙ୍କ ଉପରେ ଆକ୍ରମଣ । ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ’ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । ଗାୟକ ସୋନୁ ନିଗମଙ୍କ ବନ୍ଧୁ ରବ୍ୱାନ ମୁସ୍ତାଫା ଖାଁ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୋନୁ ନିଗମ ମଧ୍ୟ ତାଙ୍କ ସହ ହସ୍ପିଟାଲ ଯାଇଥିଲେ । ଏହାପରେ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ଆହତ ହୋଇଥିବା ରବ୍ୱାନି ସ୍ୱର୍ଗତ ଓସ୍ତାଦ ଗୁଲାମ ମୁସ୍ତଫା ଖାଁଙ୍କ ପୁଅ ତଥା ସୋନୁଙ୍କ ଗୁରୁ । ସୋମବାର ସନ୍ଧ୍ୟାରେ ଚେମ୍ବୁରରେ ଏକ ସଙ୍ଗୀତ ମହୋତ୍ସବରେ କିଛି ଯୁବକ ତାଙ୍କ ପାଖକକୁ ସେଲଫି ପାଇଁ ଆସିବା ବେଳେ ଘଟିଥିଲା ଅଘଟଣ । ଏହି ଘଟଣା ପାଇଁ ସେଲଫି କ୍ରେଜକୁ ଦାୟୀ କରିଛନ୍ତି ସୋନୁନିଗମ ।

ତାଙ୍କ କହିବା ଅନୁଯାୟୀ କୌଣସି ଆକ୍ରମଣ ହୋଇନଥିଲା  ।  ଆଜିକାଲି ସେହି ସେଲଫି କ୍ରେଜ୍ ପାଇଁ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ ଉଦ୍ଧବ ଠାକରେଙ୍କ ଗ୍ରୁପର ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ତାଙ୍କ ସାଥିଙ୍କ ସହ ମିଶି ସୋନୁ ନିଗମ ଓ ରବ୍ୱାନିଙ୍କ ଉପରେ ଆକ୍ରମଣ କରିଛନ୍ତି । ସୋନୁଙ୍କୁ ଧକ୍କା ମରାଯାଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଗତ ୪ଦିନ ହେବ ସ୍ଥାନିୟ ବିଧାୟକ ପ୍ରକାଶ ଫାଟେରପେକରଙ୍କ ପକ୍ଷରୁ ‘ଚେମ୍ବୁର ଫେଷ୍ଟିଭାଲ’ ଚାଲିଥିଲା । ସୋମବାର ଏହାର ଶେଷ ଦିନ ଥିଲା । ଷ୍ଟେଜ ଉପରେ ଯେତେବେଳେ ସୋନୁ ପରଫର୍ମ କରୁଥିଲେ ସେତେବେଳେ ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ସୋନୁଙ୍କ ମ୍ୟାନେଜର ସହ ଦୁର୍ବବ୍ୟହାର କରିଥିଲେ ।

ପରଫରମାନ୍ସ ପରେ ଯେତେବେଳେ ସୋନୁ ତଳକୁ ଆସିଥିଲେ ସେତେବେଳେ ବିଧାୟକଙ୍କ ପୁଅ ତାଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ । ହେଲେ ସୋନୁଙ୍କ ବଡିଗାର୍ଡ ହାରି ତାଙ୍କୁ ସେଲ୍ଫି ନେବାକୁ ମନା କରିଥିଲେ । ଏତିକିରେ ବିଧାୟକଙ୍କ ପୁଅ ରାଗିଯାଇ ହାରିଙ୍କୁ ଧକ୍କା ମାରିଦେଇଥିଲେ, ଏତିକିବେଳେ ସେ ସୋନୁଙ୍କୁ ବି ଧକ୍କା ମାରିଥିଲେ । ହେଲେ ସେ ତଳେ ପଡିଯିବା ପୂର୍ବରୁ  ତାଙ୍କୁ ଧରି ନେଇଥିଲେ । ଆଉ ରାଗରେ ବିଧାୟକଙ୍କ ପୁଅ ସେଠାରେ ଥିବା ରବ୍ୱାନି ମୁସ୍ତଫା ଖାଁଙ୍କୁବି ଧକ୍କା ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!