Masthead

ପୋଲାଣ୍ଡ ଗସ୍ତରେ ଜୋ ବାଇଡେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୋଲାଣ୍ଡ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନଙ୍କ ୟୁକ୍ରେନ ଗସ୍ତ ପରେ ଋଷ ପରମାଣୁ ଚୁକ୍ତି ରଦ୍ଦ କରିଥିଲା । ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଋଷର ଓହରିଯିବାକୁ ନିଷ୍ପତି ପରେ ଜୋ ବାଇଡେନ ପୋଲାଣ୍ଡରେ ନାଟୋର ପୂର୍ବାଞ୍ଚଳ ସହଯୋଗୀ ନେତାଙ୍କ ସହ ବୈଠକ କରିଛନ୍ତି । ନାଟୋର ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ବେଳେ ବାଇଡେନ୍, ଋଷର ପରମାଣୁ ଚୁକ୍ତିରୁ ଓହରିଯିବା ନିଷ୍ପତିକୁ ବଡ଼ ଭୁଲ ବୋଲି ଦର୍ଶାଇଛନ୍ତି ।

ୟୁରୋପର ସୁରକ୍ଷା ପ୍ରତି ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ବାଇଡେନ୍ ପୁଣିଥରେ ଦୋହରାଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଋଷ୍ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିବା ଉତେଜନା ଭିତରେ ୱାରସାରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରି ବାଇଡେନ୍ ଏହି କଥା କହିଛନ୍ତି । ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ପରି ନିରଙ୍କୁଶ ଶାସକଙ୍କୁ ବିରୋଧ କରାଯିବା ଉଚିତ୍ ବୋଲି ବାଇଡେନ କହିଛନ୍ତି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମର ଲଢ଼େଇ ଜାରି ରହିଛି । ଏହି ବୈଠକରେ ନାଟୋର ନେତାମାନେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼