Masthead

ପୋଲାଣ୍ଡ ଗସ୍ତରେ ଜୋ ବାଇଡେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୋଲାଣ୍ଡ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନଙ୍କ ୟୁକ୍ରେନ ଗସ୍ତ ପରେ ଋଷ ପରମାଣୁ ଚୁକ୍ତି ରଦ୍ଦ କରିଥିଲା । ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଋଷର ଓହରିଯିବାକୁ ନିଷ୍ପତି ପରେ ଜୋ ବାଇଡେନ ପୋଲାଣ୍ଡରେ ନାଟୋର ପୂର୍ବାଞ୍ଚଳ ସହଯୋଗୀ ନେତାଙ୍କ ସହ ବୈଠକ କରିଛନ୍ତି । ନାଟୋର ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ବେଳେ ବାଇଡେନ୍, ଋଷର ପରମାଣୁ ଚୁକ୍ତିରୁ ଓହରିଯିବା ନିଷ୍ପତିକୁ ବଡ଼ ଭୁଲ ବୋଲି ଦର୍ଶାଇଛନ୍ତି ।

ୟୁରୋପର ସୁରକ୍ଷା ପ୍ରତି ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ବାଇଡେନ୍ ପୁଣିଥରେ ଦୋହରାଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଋଷ୍ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିବା ଉତେଜନା ଭିତରେ ୱାରସାରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରି ବାଇଡେନ୍ ଏହି କଥା କହିଛନ୍ତି । ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ପରି ନିରଙ୍କୁଶ ଶାସକଙ୍କୁ ବିରୋଧ କରାଯିବା ଉଚିତ୍ ବୋଲି ବାଇଡେନ କହିଛନ୍ତି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମର ଲଢ଼େଇ ଜାରି ରହିଛି । ଏହି ବୈଠକରେ ନାଟୋର ନେତାମାନେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ