Masthead

ନବ ଦାସ ହତ୍ୟା ଘଟଣା, କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ନୂଆ ତଥ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ହତ୍ୟାର ୨୫ ଦିନ ପରେ ବି ହତ୍ୟା ରହସ୍ୟ ଉପରୁ ଉଠିନି ପରଦା । ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ଯୋଜନାବଦ୍ଧ ଭାବେ ହତ୍ୟାର ତଥ୍ୟ । ଗୁଳିମାଡ଼ର ପୂର୍ବଦିନ ସୁନା ମୁଦି ବିକି ଭାଇକୁ ଟଙ୍କା ଦେଇଥିଲା ଗୋପାଳ । ଏବେ ଗୋପାଳକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନବ ଦାସଙ୍କୁ ଗୋପାଳ କିପରି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ତାର ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ହତ୍ୟା କରିବା ପୂର୍ବରୁ ବଡ଼ ଭାଇକୁ ଝାରସୁଗୁଡ଼ାରୁ ପଠାଇଦେଇଥିଲା ଗୋପାଳ । ଏଥିପାଇଁ ହତ୍ୟାକାଣ୍ଡ ପୂର୍ବଦିନ ଏକ ସୁନା ମୁଦି ବିକ୍ରି କରିଥିଲା ।

୮ହଜାର ୫୦୦ ଟଙ୍କାରେ ଝାରସୁଗୁଡ଼ାରେ ସୁନା ମୁଦି ବିକ୍ରି କରି ବଡ଼ ଭାଇକୁ ୬ହଜାର ଟଙ୍କା ଦେଇଥିଲା ଏବଂ ୨୯ ତାରିଖ ସକାଳେ ଷ୍ଟେସନରେ ଛାଡ଼ି ଦେଇଥିଲା । ଏହା ସହ ୫ ଶହ ଟଙ୍କାରେ ଏକ ରୂପା ମୁଦି କିଣିଥିଲା ଗୋପାଳ । ଜଣେ ମାନସିକ ରୋଗୀ ମୁଲଚାଲ କରି ମୁଦି ବିକିବା ଓ ପଇସା ଆଣି ହିସାବ କରି ଭାଇକୁ ଦେବା କାମ ଠିକରେ କରିପାରିବ ନାହିଁ । ତେଣୁ ଗୋପାଳ ସୁସ୍ଥ ମସ୍ତିଷ୍କରେ ଗୁଳି କରିଥିବା କୋର୍ଟରେ ଦାବି କରିବ କ୍ରାଇମବ୍ରାଞ୍ଚ । ବିଧାନସଭା ଅଧିବେଶନର ଠିକ ଗୋଟିଏ ଦିନ ପୂର୍ବରୁ ଗୋପାଳର ଏକ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା । ଯାହା ସାରା ରାଜ୍ୟରେ ଆଲୋଚନାର ବିଷୟ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର