fhnghn

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଦାନୀ ହିଣ୍ଡେନବର୍ଗ ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ-ଆଦାନୀ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ଓ ଆଦାନୀ ମହା ମେଗା ସ୍କାମ ବୋଲି କଂଗ୍ରେସ କହିଛି । ଜେପିସି ତଦନ୍ତ ଦାବି କରିଛି । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନୀରବତା ଅନେକ ପ୍ରହେଳିକା ସୃଷ୍ଟି କରିଛି । ଏବଂ ଏହା ବିରୋଧରେ ଓଡ଼ିଶା ପ୍ରଦେଶର ୩୩ ଟି ଯାକ ସାଂଗଠନିକ ଜିଲ୍ଲାରେ ପ୍ରେସବାର୍ତ୍ତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ଏହି ମହା ଠକେଇର ପର୍ଦାଫାଶ କରାଯିବ । ମାର୍ଚ୍ଚ ୬ ରୁ ୧୦ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ, ଏନଏସି, ମ୍ୟୁନିସିପାଲ କର୍ପୋରେସନ ଇତ୍ୟାଦି ମାନଙ୍କରେ ଥିବା ସରକାରୀ ବ୍ୟାଙ୍କ କିମ୍ବା ଏଲଆଇସି ଅଫିସ ସାମନାରେ ପ୍ରତିବାଦ ସଭା ଆୟୋଜନ କରାଯିବ ଏବଂ ମାର୍ଚ୍ଚ ୧୩ ତାରିଖରେ ରାଜଭବନ ସମ୍ମୁଖରେ ଗଣଧାରଣା ମାଧ୍ୟମରେ ପ୍ରତିବାଦ କରାଯିବ ।

ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ଏକ ସରକାର ଓ ତାଙ୍କ ଦଳ ଦ୍ୱାରା ଯେଉଁଭଳି ଭାବରେ ଭାରତବର୍ଷର ହିଂସା, ଘୃଣା ଓ ବିଦ୍ୱେଶ ସୃଷ୍ଟି କରିବାରେ ଲାଗିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏଥିପାଇଁ ଏକ ଦାୟୀତ୍ୱ ସଂପନ୍ନ ବିରୋଧି ଦଳ ହିସାବରେ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟୀତ୍ୱକୁ କଂଗ୍ରେସ ଦଳ ନିର୍ବାହ କରିଛି । ଠିକ୍ ଏହି ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ସମସ୍ତ ସଂପତି ଏବଂ ଦେଶର କୋଟି କୋଟି ଜନସାଧାରଣଙ୍କ ବ୍ୟାଙ୍କରେ ଥିବା ସଂଚୟ ରାଶି ଓ ଏଲଆଇସି ଭଳି ସଂସ୍ଥାରେ ଥିବା ଜମା ପୁଞ୍ଜିକୁ ନିଜର କ୍ଷମତା ବଳରେ ଚାପ ପ୍ରୟୋଗ ସୃଷ୍ଟିକରି ଆଦାନୀ ବ୍ୟବସାୟୀ ସାମ୍ରାଜ୍ୟକୁ ବୃଦ୍ଧି କରିବାପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି ବୋଲି କଂଗ୍ରେସ କହିଛି । ୨୦୧୪ ମସିହା ବେଳକୁ ଗୌତମ ଆଦାନୀଙ୍କର ସ୍ଥାନ ବିଶ୍ୱ ଧନୀ ତାଲିକାରେ ୬୦୯ ଥିଲା । ତାଙ୍କର କମ୍ପାନୀର ସମୁଦାୟ ବ୍ୟବସାୟୀକ ସଂପତି ୫୨ ହଜାର କୋଟି ଟଙ୍କା ଥିଲା ।

କିନ୍ତୁ ୯ବର୍ଷ ଭିତରେ ୨୦୨୨ ମସିହା ଶେଷ ସୁଦ୍ଧା ଗୌତମ ଆଦାନୀ ବିଶ୍ୱରେ ତୃତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ । ଏହି ୯ ବର୍ଷ ଭିତରେ ଆଦାନୀ ଗ୍ରୁପର ବ୍ୟବସାୟୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲମ୍ବି ଯାଇଛି । ଏହି ୯ ବର୍ଷ ଭିତରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତ ବର୍ଷର ସମସ୍ତ ଜାତୀୟ ସଂପତି ତାଙ୍କ ହାତକୁ ଟେକି ଦେଇଛନ୍ତି । ନରେନ୍ଦ୍ର ମୋଦି ନିଜର ବ୍ୟକ୍ତିଗତ ସଂପର୍କ ଯୋଗୁଁ ଆଦାନୀ ଓ ଆମ୍ବାନୀଙ୍କୁ ବହୁ ଭାବରେ ଲାଭ ପଂହଚାଉଛନ୍ତି । ଆଦାନୀ ଗ୍ରୁପର ୨୦୧୭-୧୮ ଆର୍ଥିକ ବର୍ଷରେ ୬ଟି ସୂଚୀବଦ୍ଧ କମ୍ପାନୀ ଥିବା ବେଳେ ସମୁଦାୟ ବ୍ୟବସାୟୀକ ଟର୍ନଓଭର ୭୭ ହଜାର କୋଟି ଟଙ୍କା ଥିଲା । ଏଥିରୁ ଅପରେଟିଂ ପ୍ରଫିଟ ୨୦୧୪୧ କୋଟି ଥିବା ବେଳେ ନେଟ ଲାଭ ୩୪୫୫ କୋଟି ଥିଲା । ମାତ୍ର ୪ବର୍ଷ ଭିତରେ ୨୦୨୨ ଶେଷ ବେଳକୁ ଏହି କମ୍ପାନୀ ୧୮ଲକ୍ଷ କୋଟିର ସଂପତି ସୃଷ୍ଟି କରି ବିଶ୍ୱର ନମ୍ବର ୨ ଧନୀ ହୋଇଯିବା ମାତ୍ର ଏକ ସଂଯୋଗ ନା ପ୍ରୟୋଗ ବୋଲି କହିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *