Masthead

କାଳ ହେଲା ପ୍ରେମ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ପ୍ରେମ ହେଲା କାଳ । ଚାଲିଗଲା ଦୁଇଜଣ ପ୍ରେମିକଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏଭଳି ଦୁଃଖଦ ଘଟଣା । ଜଣଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ମଧ୍ୟରୁ ଜଣେ ରାମନଗରପଡା ଆନନ୍ଦ ତାଣ୍ଡି ହୋଇଥିବା ବେଳେ ଅନ୍ୟଜଣେ ଲୋଇସିଂହା ଥାନା ଅଞ୍ଚଳର ସହଦେବ ସାହୁ । ଗୋଟିଏ ଦିନରେ ଦୁଇ ଦୁଇଟି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମୃତ୍ୟୁର କାରଣ ଏଯାବତ ସ୍ପଷ୍ଠ ହୋଇନଥିବା ବେଳେ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

କଣ୍ଟାବାଞ୍ଜି ନିକଟସ୍ଥ କୁକୁରାହାଡ଼ ରେଳ ଧାରଣା ଉପରୁ ଆନନ୍ଦଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ପାଖରେ ଏକ ଧାରୁଆ ଅସ୍ତ୍ର ପଡିରହିଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି କି ତାଙ୍କୁ ହତ୍ୟା କରାଯାଇଛି । ସେପଟେ ପରିବାର ଲୋକେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ପ୍ରେମଜନିତ କାରଣରୁ ତାଙ୍କୁ କେହି ହତ୍ୟା କରିଥିବା କହିଛନ୍ତି । ଘଟଣାସ୍ଥଳରେ ଜିଆରପି ପୋଲିସ ତଦନ୍ତ ଜାରି ରଖିଛି ।

ସହଦେବଙ୍କ ମୃତଦେହକୁୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ତାଙ୍କ ପାଦ ଭୁଇଁରେ ଲାଗିଥିବା ବେଳେ କେମିତି ଆତ୍ମହତ୍ୟା କଲେ ତାହା ସମସ୍ତଙ୍କୁ ଚକିତ କରିଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପଦେବା ଲାଗି ରଶିରେ ଟଙ୍ଗାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ