Masthead

ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଗୁରୁବାର ଏକବର୍ଷ ପୂରିଛି। ୨୦୨୨ ଫେବୃଆରୀ ୨୪ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସ୍ବତନ୍ତ୍ର ସାମରିକ ଅଭିଯାନ ଘୋଷଣା କରିବା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଯୁଦ୍ଧର ପ୍ରାଥମିକ ପର୍ୟ୍ୟାୟରେ ୟୁକ୍ରେନ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା। ଏବେ ଯୁଦ୍ଧକୁ ବର୍ଷରେ ପୁରିଥିଲେ ବି ହାର ମାନିବା ସ୍ଥିତିରେ ନାହିଁ ୟୁକ୍ରେନ । ଆମେରିକା ଏବଂ ନାଟୋ ଦେଶଙ୍କଠୁ ଆର୍ଥିକ ଏବଂ ସାମରିକ ସାହାଯ୍ୟ ପାଇଁ ଋଷ ସେନା ସହ କଡା ଟକ୍କର ଦେଉଛି ୟୁକ୍ରେନ ।

ଯୁଦ୍ଧ ଯୋଗୁ ପ୍ରାୟ ୧୦ ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି । ଯୁଦ୍ଧରେ ହଜାର ହଜାର ସୈନିକ ପ୍ରାଣ ହରାଇଥିବା ବେଳେ ଏବେବି ଯୁଦ୍ଧ ଜାରି ରହିଛି । ଜାତିସଂଘ ମାନବାଧିକାର କମିସନଙ୍କ ସୂତ୍ରରୁ ସ୍ବୀକୃତ ତଥ୍ୟ ଅନୁସାରେ ଫେବ୍ରୁଆରି ୧୩, ୨୦୨୩ ସୁଦ୍ଧା ୟୁକ୍ରେନ୍‌ର ୭,୧୯୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୪୦୦ରୁ ଅଧିକ ପିଲା ଅଛନ୍ତି । ତେବେ ଏହି ସଂଖ୍ୟା ସରକାରୀ ଭାବେ ପ୍ରକାଶ କରାଯାଇଥିବା ବେଳେ ବାସ୍ତବ ସଂଖ୍ୟା ଏହାଠାରୁ ଢେର ଅଧିକ ହେବ ବୋଲି କୁହାଯାଉଛି ।

ଯେଉଁଠାରେ ଏବେ ବି ଭୟଙ୍କର ଯୁଦ୍ଧ ଲାଗି ରହିଛି, ସେଠାକାର ବାସ୍ତବ ସଂଖ୍ୟା ମିଳିବା କଷ୍ଟକର । ୟୁକ୍ରେନ୍ ସରକାର ଏକ ଆନୁମାନିକ ହିସାବ ଦେଇ କହିଛନ୍ତି ଯେ ଏହି ଯୁଦ୍ଧରେ ୧୬,୦୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ନରୱେର ପ୍ରତିରକ୍ଷା ବିଭାଗ ମୁଖ୍ୟଙ୍କ ପକ୍ଷରୁ ଗତମାସରେ କୁହାଯାଇଥିଲା ଯେ ସାଧାରଣଙ୍କ ମୃତ୍ୟୁସଂଖ୍ୟା ୩୦,୦୦୦ରୁ ଅଧିକ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼