Masthead

୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତି, ଆଜିଠୁ କଂଗ୍ରେସର ମହାଅଧିବେଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତି । ଆଜିଠୁ ଛତିଶଗଡ଼ ରାୟପୁରରେ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ସମାବେଶରେ ଯୋଗଦେବେ ସମସ୍ତ ପିସିସି ସଭାପତି, ପିସିସି କମିଟି ସଦସ୍ୟଙ୍କ ସମେତ ବହୁ ହେଭିଓ୍ବେଟ । ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ ହେବା ପରେ ଏହା ହେବ ପ୍ରଥମ ମହାଧିବେଶନ ।

ଆସନ୍ତା ୨୬ ତାରିଖ ଯାଏ ଚାଲିବ ଅଧିବେଶନ । ଜାତୀୟ ରାଜନୀତି, ଅର୍ଥନୀତି, ଆନ୍ତର୍ଜାତିକ ବ୍ୟାପାର, କୃଷି, ସାମାଜିକ ନ୍ୟାୟ, ଯୁବ ସମସ୍ୟା, ଶିକ୍ଷା, ନିଯୁକ୍ତି ଆଦି ସମ୍ପର୍କରେ ଏହି ଅଧିବେଶନରେ ଆଲୋଚନା ହେବା ସହ ଗୃହିତ ହେବ ଅନେକ ପ୍ରସ୍ତାବ । ପ୍ରତି ୩ ବର୍ଷରେ ଥରେ କଂଗ୍ରେସ ପ୍ଲେନାରୀ ଅନୁଷ୍ଠିତ ହେଉଥିବା ବେଳେ, ଏହା ହେବ ୮୫ ତମ ଅଧିବେଶନ । ଏହାସହ ୨୦୨୪ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ଅଧିବେଶନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ