Masthead

ପଞ୍ଜାବରେ ଅଭାବନୀୟ ଘଟଣା, ଥାନା କବଜା କଲେ ଖାଲିସ୍ତାନ ସମର୍ଥକ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ପଞ୍ଜାବରେ ଖଲିସ୍ତାନ ସମର୍ଥକଙ୍କ ଦ୍ବାରା ଅଚାନକ ସଶସ୍ତ୍ର ଆନ୍ଦୋଳନ ଏବଂ ଏକ ଥାନାକୁ କବ୍‌ଜା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଖଲିସ୍ତାନ ସମର୍ଥକ ଗୋଷ୍ଠୀ ‘ୱାରିସ୍‌ ପଂଜାବ ଦେ’ ସହ ସଂପୃକ୍ତ ପ୍ରାୟ ଦୁଇ ହଜାରରୁ ଅଧିକ ବ୍ୟକ୍ତି ଖଣ୍ଡା ଓ ବନ୍ଧୁକ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଜନାଲା ଥାନା ଉପରେ ଆକ୍ରମଣ କରି ଏହାକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ୍ ସିଂହ ଓ ତାଙ୍କର ଶହ ଶହ ସମର୍ଥକ ଅମୃତସରର ଅଜନାଲା ପୁଲିସ ଷ୍ଟେସନରେ ହଙ୍ଗାମା କରିଥିଲେ ।

ହାତରେ ଖଣ୍ଡା ଧରି ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଅମୃତପାଲଙ୍କ ଜଣେ ସହଯୋଗୀ ଲବପ୍ରୀତ ସିଂହଙ୍କୁ ପୁଲିସ ଗିରଫ କରିଥିଲା । ଏହାକୁ ବିରୋଧ କରି ଥାନା ବାହାରେ ଜୋରଦାର ପ୍ରଦର୍ଶନ କରିଥିଲେ ଅମୃତପାଲଙ୍କ ସମର୍ଥକ । ଲବପ୍ରୀତ ସିଂହ ନିର୍ଦ୍ଦୋଷ, ତାଙ୍କ ନାଁରେ ମିଛ ଏଫଆଇଆର ଦିଆଯାଇଛି, ତେଣୁ ତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଥିଲେ । ପୁଲିସ ପ୍ରତିରୋଧ କରିବାରୁ ପ୍ରବଳ ଉତେଜନା ସୃଷ୍ଟି ହୋଇଥିଲା । ଚାହୁଁ ଚାହୁଁ ଥାନା ପାଲଟି ଯାଇଥିଲା ରଣକ୍ଷେତ୍ର ।

ଏଥିରେ ପ୍ରାୟ ୧୨ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାପରେ ପଂଜାବ ପୁଲିସ ଅଭିଯୁକ୍ତକୁ ଛାଡ଼ିବା ପାଇଁ ଘୋଷଣା କରିଛି। ପୁଲିସର ପ୍ରତିଶ୍ରୁତି ପରେ ସଶସ୍ତ୍ର ଆନ୍ଦୋଳନକାରୀମାନେ ଥାନା ଛାଡ଼ିଛନ୍ତି।ଏହି ଘଟଣାକୁ ନେଇ ପଞ୍ଜାବ ଆପ୍ ସରକାର ଉପରେ ବର୍ଷିଛି କଂଗ୍ରେସ । ଅମୃତପାଲ ସିଂହ, ଖାଲିସ୍ତାନ ସମର୍ଥକ ଭାବେ ଜଣାଶୁଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା