Masthead

ତୁର୍କୀକୁ ସାହାଯ୍ୟ ପାଇଁ ଅଫିସରଙ୍କ ଦରମାରୁ ଅଧା କାଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୁର୍କୀ ରିଲିଫ ପାଣ୍ଠିକୁ ୫୦ ପ୍ରତିଶତ ଦରମା ଦେବା ପାଇଁ ପାକିସ୍ତାନର ରାଜ୍ୟ ବା କେନ୍ଦ୍ର ସରକାରୀ ଅଧିକାରୀମାନଙ୍କୁ ବାଧ୍ୟ କରାଯାଇଛି। ଅଧିକାରୀମାନଙ୍କ ଦରମାରୁ ଜବରଦସ୍ତ ଏହି ଟଙ୍କା କାଟି ରଖାଯାଇଛି। ସେପଟେ ବେଲୁଚିସ୍ତାନର ଗ୍ରେଡ୍ ୧୯ରୁ ୨୧ ଅଧିକାରୀମାନେ ଏ ପ୍ରକାର ମନଇଚ୍ଛା ଦରମା କାଟକୁ ବିରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି , ପାକିସ୍ତାନରେ ସାମ୍ପ୍ରତିକ ଦରଦାମ୍ ବୃଦ୍ଧି ହୋଇଛି । ଏତିକି ଦରମାରେ ପରିବାର ଚଳାଇବା କଷ୍ଟକର ହେଉଛି ।

ଏପରିସ୍ଥଳେ ଜବରଦସ୍ତ ଅଧା ଦରମା କାଟିଦେଲେ ଆମେ ଚଳିବେ କେମିତି? ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଗତବର୍ଷ ପାକିସ୍ତାନ ଯେତେବେଳେ ଦେଶବ୍ୟାପୀ ବନ୍ୟାପାଣିରେ ବୁଡ଼ି ରହିଥିଲା, ସେତେବେଳେ ତୁର୍କୀ ବହୁତ ସାହାଯ୍ୟ କରିଥିଲା। ୯ଟି ବିମାନରେ ୧୬ଟି କଣ୍ଟେନରରେ ଭର୍ତ୍ତି ୧୬୨ ଟନ୍‌ ରିଲିଫ ସାମଗ୍ରୀ ତୁର୍କୀ ପଠାଇଥିଲା। ତେଣୁ ଏବେ ଭୂକମ୍ପ-ପୀଡ଼ିତ ତୁର୍କୀର ବିପଦ ବେଳେ ପାକିସ୍ତାନ ଠିଆହେବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା