ତୁର୍କୀକୁ ସାହାଯ୍ୟ ପାଇଁ ଅଫିସରଙ୍କ ଦରମାରୁ ଅଧା କାଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୁର୍କୀ ରିଲିଫ ପାଣ୍ଠିକୁ ୫୦ ପ୍ରତିଶତ ଦରମା ଦେବା ପାଇଁ ପାକିସ୍ତାନର ରାଜ୍ୟ ବା କେନ୍ଦ୍ର ସରକାରୀ ଅଧିକାରୀମାନଙ୍କୁ ବାଧ୍ୟ କରାଯାଇଛି। ଅଧିକାରୀମାନଙ୍କ ଦରମାରୁ ଜବରଦସ୍ତ ଏହି ଟଙ୍କା କାଟି ରଖାଯାଇଛି। ସେପଟେ ବେଲୁଚିସ୍ତାନର ଗ୍ରେଡ୍ ୧୯ରୁ ୨୧ ଅଧିକାରୀମାନେ ଏ ପ୍ରକାର ମନଇଚ୍ଛା ଦରମା କାଟକୁ ବିରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି , ପାକିସ୍ତାନରେ ସାମ୍ପ୍ରତିକ ଦରଦାମ୍ ବୃଦ୍ଧି ହୋଇଛି । ଏତିକି ଦରମାରେ ପରିବାର ଚଳାଇବା କଷ୍ଟକର ହେଉଛି ।

ଏପରିସ୍ଥଳେ ଜବରଦସ୍ତ ଅଧା ଦରମା କାଟିଦେଲେ ଆମେ ଚଳିବେ କେମିତି? ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଗତବର୍ଷ ପାକିସ୍ତାନ ଯେତେବେଳେ ଦେଶବ୍ୟାପୀ ବନ୍ୟାପାଣିରେ ବୁଡ଼ି ରହିଥିଲା, ସେତେବେଳେ ତୁର୍କୀ ବହୁତ ସାହାଯ୍ୟ କରିଥିଲା। ୯ଟି ବିମାନରେ ୧୬ଟି କଣ୍ଟେନରରେ ଭର୍ତ୍ତି ୧୬୨ ଟନ୍‌ ରିଲିଫ ସାମଗ୍ରୀ ତୁର୍କୀ ପଠାଇଥିଲା। ତେଣୁ ଏବେ ଭୂକମ୍ପ-ପୀଡ଼ିତ ତୁର୍କୀର ବିପଦ ବେଳେ ପାକିସ୍ତାନ ଠିଆହେବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ