Masthead

ଦରମା ନେବେନି ପାକିସ୍ତାନ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦେବାଳିଆ ପାକିସ୍ତାନ । ଦରମା ନେବେନି ପ୍ରଧାନମନ୍ତ୍ରୀ, ମନ୍ତ୍ରୀ । ପାକିସ୍ତାନ ପାଖରେ ଆଉ ମାତ୍ର ୩୦୦ କୋଟି ଡଲାରର ବିଦେଶୀ ମୁଦ୍ରାଭଣ୍ଡାର ରହିଛି । ପାକିସ୍ତାନ ଦେବାଳିଆ ସ୍ଥିତିକୁ ଆସୁଥିବା କୁହାଯାଉଛି । ଦରଦାମ୍ ସ୍ଥିତି ଉକôଟ ହେଉଥିବା ବେଳେ ଜନତା ଓ ସରକାରଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି । ଏଭଳି ସ୍ଥିତିରେ ପାକିସ୍ତାନକୁ ବଞ୍ଚାଇବା ପାଇଁ ଦେଶର ଶାହବାଜ ସରକାର ଶେଷ ଅସ୍ତ୍ର ପ୍ରୟୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସରକାରୀ ଖର୍ଚ୍ଚରେ ମୋଟା ଅଙ୍କର କାଟଛାଣ୍ଟ ପାଇଁ ଘୋଷଣା କରିଛନ୍ତି । ଏମିତିକି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କର ଦରମା କଟାହେବା ନେଇ ଘୋଷଣା କରାଯାଇଛି ।

ଶାହବାଜ କହିଛନ୍ତି, ମୁଁ ଓ ବାକି କ୍ୟାବିନେଟ ମନ୍ତ୍ରୀମାନେ ଦରମା ନେବୁନାହିଁ । କେନ୍ଦ୍ର ମନ୍ତ୍ରୀ ମାନେ ବିଜୁଳି, ପାଣି, ଗ୍ୟାସ ଓ ଟେଲିଫୋନ ବିଲ୍ ପୈଠ ପାଇଁ ନିଜ ପକେଟରୁ ଖର୍ଚ୍ଚ କରିବେ । ମନ୍ତ୍ରୀମାନଙ୍କ ସୌଖୀନ କାର୍ ନିଲାମ ହେବ । ସୁପି୍ରମକୋର୍ଟ, ହାଇକୋର୍ଟ ଏବଂ ଅମଲାତନ୍ତ୍ରରେ ବି ଖର୍ଚ୍ଚ କାଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ୍ ଅପିଲ୍ କରିଛନ୍ତି । ଅନୂପକ୍ଷରେ ଦେଶର ସେନା ପାଇଁ କୌଣସି ଖର୍ଚ୍ଚକାଟ ରଣନୀତି ଗ୍ରହଣ କରାଯାଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ