Masthead

ଦରମା ନେବେନି ପାକିସ୍ତାନ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦେବାଳିଆ ପାକିସ୍ତାନ । ଦରମା ନେବେନି ପ୍ରଧାନମନ୍ତ୍ରୀ, ମନ୍ତ୍ରୀ । ପାକିସ୍ତାନ ପାଖରେ ଆଉ ମାତ୍ର ୩୦୦ କୋଟି ଡଲାରର ବିଦେଶୀ ମୁଦ୍ରାଭଣ୍ଡାର ରହିଛି । ପାକିସ୍ତାନ ଦେବାଳିଆ ସ୍ଥିତିକୁ ଆସୁଥିବା କୁହାଯାଉଛି । ଦରଦାମ୍ ସ୍ଥିତି ଉକôଟ ହେଉଥିବା ବେଳେ ଜନତା ଓ ସରକାରଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି । ଏଭଳି ସ୍ଥିତିରେ ପାକିସ୍ତାନକୁ ବଞ୍ଚାଇବା ପାଇଁ ଦେଶର ଶାହବାଜ ସରକାର ଶେଷ ଅସ୍ତ୍ର ପ୍ରୟୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସରକାରୀ ଖର୍ଚ୍ଚରେ ମୋଟା ଅଙ୍କର କାଟଛାଣ୍ଟ ପାଇଁ ଘୋଷଣା କରିଛନ୍ତି । ଏମିତିକି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କର ଦରମା କଟାହେବା ନେଇ ଘୋଷଣା କରାଯାଇଛି ।

ଶାହବାଜ କହିଛନ୍ତି, ମୁଁ ଓ ବାକି କ୍ୟାବିନେଟ ମନ୍ତ୍ରୀମାନେ ଦରମା ନେବୁନାହିଁ । କେନ୍ଦ୍ର ମନ୍ତ୍ରୀ ମାନେ ବିଜୁଳି, ପାଣି, ଗ୍ୟାସ ଓ ଟେଲିଫୋନ ବିଲ୍ ପୈଠ ପାଇଁ ନିଜ ପକେଟରୁ ଖର୍ଚ୍ଚ କରିବେ । ମନ୍ତ୍ରୀମାନଙ୍କ ସୌଖୀନ କାର୍ ନିଲାମ ହେବ । ସୁପି୍ରମକୋର୍ଟ, ହାଇକୋର୍ଟ ଏବଂ ଅମଲାତନ୍ତ୍ରରେ ବି ଖର୍ଚ୍ଚ କାଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ୍ ଅପିଲ୍ କରିଛନ୍ତି । ଅନୂପକ୍ଷରେ ଦେଶର ସେନା ପାଇଁ କୌଣସି ଖର୍ଚ୍ଚକାଟ ରଣନୀତି ଗ୍ରହଣ କରାଯାଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ