ଚର୍ଚ୍ଚାରେ ଦୁଇ ବିଷ୍ଣୁଙ୍କ ପୁଅ, ଜଣେ ସୁନାମ ପାଇଁ ଜଣେ ଦ୍ଦୁର୍ନାମ ପାଇଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୁହିଁଙ୍କ ବାପା ବିଷ୍ଣୁ । ଦୁହେଁ ବାପାଙ୍କ ନାଁରେ ବାଇଇଲେକ୍ସନ ଦେଇ ବିଧାୟକ । ବୟସ ବି ପ୍ରାୟ ସମାନ । ଦୁହେଁ ଏବେ ରାଜ୍ୟର ଚର୍ଚ୍ଚିତ ଚେହେରା ବି । ହେଲେ ଜଣେ ଚର୍ଚ୍ଚାରେ ସୁନାମ ପାଇଁ, ଆଉ ଜଣେ ବିବାଦ ପାଇଁ । ଆମେ କହୁଛୁ, ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ୟ୍ୟବଂଶୀ ଓ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କରଙ୍କ କଥା । ତିର୍ତ୍ତୋଲର ପୂର୍ବତନ ବିଜେଡି ବିଧାୟକ ସ୍ୱର୍ଗତଃ ବିଷ୍ଣୁ ଦାସ ଓ ଧାମନଗରର ବିଜେପି ବିଧାୟକ ସ୍ୱର୍ଗତଃ ବିଷ୍ଣୁ ସେଠୀ । ଓଡ଼ିଶା ରାଜନୀତିରେ ଥିଲେ ପୁରୁଖା ଚେହେରା । ଏମାନଙ୍କ ଦେହାନ୍ତ ଯୋଗୁଁ ହୋଇଥିଲା ଉପନିର୍ବାଚନ ।

ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ସେହିପରି ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ତାଙ୍କ ପୁଅ ସୂରଜ ସୂର୍ୟ୍ୟବଂଶୀ ବିଜେପି ଟିକେଟରେ ବିଧାନସଭାକୁ ଆସିଛନ୍ତି । ଦୁହେଁ ପ୍ରଥମ ଥର ପାଇଁ ହୋଇଛନ୍ତି ବିଧାୟକ । ଅଭିଜ୍ଞତା ବହୁତ କମ । କିନ୍ତୁ ନିଜ କାମ ପାଇଁ ଦୁଇଜଣ ଚର୍ଚ୍ଚାରେ । ସରକାରଙ୍କୁ ଶାଣିତ, ତଥ୍ୟଭିତ୍ତିକ ସମାଲୋଚନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛନ୍ତି ସୂରଜ। ଏପରିକି ଶାସକ ଦଳ ସଦସ୍ୟ ମଧ୍ୟ ସୂରଜଙ୍କୁ ପ୍ରଶଂସା ଓ ସାବାସୀ ଦେବାକୁ ପଛାଇ ନାହାନ୍ତି । ଠିକ୍ ଏତିକିବେଳେ ଆଉଜଣେ ବିଷ୍ଣୁଙ୍କ ପୁଅ ମଧ୍ୟ ଚର୍ଚ୍ଚାରେ । କିନ୍ତୁ ସୁନାମ ନୁହେଁ ବରଂ ବିବାଦ ପାଇଁ । ତାଙ୍କ ବିରୋଧରେ ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ । କଥା ଥାନା, କୋର୍ଟକଚେରୀରେ ପହଞ୍ଚିଛି । ଭିଡିଓ, ଫୋଟୋ ଭାଇରାଲ ହେଉଛି । ବିଜୟ ଶଙ୍କରଙ୍କ ପାଇଁ ବିଜେଡିର ଇମେଜ ବି ସଙ୍କଟରେ । ଦୁଇ ଜଣଙ୍କୁ ଦେଖିଲେ, ଏହା କହି ହେବ ଉଭୟ ବିଧାୟକ ହେବା ପଛରେ ସଂଯୋଗ ସବୁ କେତେ ସମାନ। କିନ୍ତୁ କାମ କେତେ ଅଲଗା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ