Masthead

ଯୁଦ୍ଧ ବିରତି ପାଇଁ ଚୀନ୍‌ର ଆହ୍ୱାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଛି । ଯୁଦ୍ଧ ବିରତି ପାଇଁ ଆହ୍ୱାନ ଦେଇଛି ଚୀନ୍ । ପରମାଣୁ ଅସ୍ତ୍ର ବ୍ୟବହାର ବରିଧରେ ଚେତାବନୀ ଦେଇଛି । ଋଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ଚୀନ୍‌ ଜରୁରୀ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପଶ୍ଚିମ ରାଷ୍ଟ୍ରମାନେ ଚୀନ୍‌ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଚୀନ୍‌ ଦ୍ବାରା ଏକ ୧୨-ସୂତ୍ରୀ ‘ରାଜନୈତିକ ସମାଧାନ’ ପାଇଁ ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ଚୀନ୍‌ ଋଷକୁ ଅସ୍ତ୍ର ଦେବାପାଇଁ ଯୋଜନା କରୁଛି ‌ବୋଲି ପଶ୍ଚିମ ରାଷ୍ଟ୍ରମାନେ ଦାବି କରିଛନ୍ତି ଏବଂ ଚୀନ୍‌ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଋଷ ଓ ୟୁକ୍ରେନ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରିବାପାଇଁ ସମସ୍ତ ପକ୍ଷ ଋଷ ଏବଂ ୟୁକ୍ରେନକୁ ସମାନ ଭାବେ ସହ‌ଯୋଗ କରିବାପାଇଁ ଚୀନ୍‌ କହିଛି। ଚୀନ୍‌ ମଧ୍ୟ ପରମାଣୁ ଅସ୍ତ୍ର ବ୍ୟବହାର ବିରୋଧରେ ଚେତାବନୀ ଦେଇଛି। ଚୀନ୍‌ କହିଛି କେବଳ ପରମାଣୁ ଅସ୍ତ୍ର ବ୍ୟବହାର ନୁହେଁ, ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ଧମକ ଦେବାକୁ ବି ଏହା ବିରୋଧ କରୁଛି। ତେବେ ଆମେରିକା ଚୀନ୍‌ର ଏହି ପ୍ରସ୍ତାବ ଉପରେ କଡ଼ା ପ୍ରତିକ୍ରିୟା ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼