Masthead

ପୁରୀରେ ଖୋଲିଲା ଖିମଜୀର ନୂଆ ସୋ ରୁମ୍

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀରେ ଖୋଲିଲା ଓଡ଼ିଶାର ବୃହତ ଅଳଙ୍କାର ପ୍ରତିଷ୍ଠାନ ଖିମଜୀ ଜୁଏଲର୍ସର ସୋ ରୁମ୍। ପୁରୀ ଭିଆଇପି ରୋଡର ପୋଲିସ ଲାଇନ୍ ସମ୍ମୁଖରେ ଏହି ସୋ ରୁମ୍ ଉଦଘାଟିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଏହି ନୂଆ ସୋ ରୁମର ଉଦଘାଟନ କରିଥିଲେ। ଖିମଜୀ ଜୁଏଲାରୀର ଏହା ହେଉଛି ସପ୍ତମ ସୋ ରୁମ୍। ଅତ୍ୟାଧୁନିକ ଡିଜାଇନର ସୁନା, ରୂପା, ଚାନ୍ଦି ଏବଂ ହୀରାର ଅଳଙ୍କାର ଏଠାରେ ଉପଲବ୍ଧ ରହିଛି।

ଗ୍ରାହକଙ୍କୁ ଉନ୍ନତମାନର ଡିଜାଇନ୍ ଏବଂ ଆକର୍ଷଣୀୟ ଡିସ୍କାଉଣ୍ଟ ମଧ୍ୟ ପ୍ରଦାନ କରୁଛି ଖିମଜୀର ଏହି ନୂତନ ସୋ ରୁମ୍। ଓଡ଼ିଶାରେ ଖିମଜୀ ଜୁଏଲର ଗ୍ରାହକଙ୍କର ପ୍ରଥମ ପସନ୍ଦ ହୋଇଥିବା ବେଳେ ପୁରୀରେ ମଧ୍ୟ ଖିମଜୀ ଜୁଏଲର ଆସ୍ଥାଭାଜନ ହୋଇପାରିବ ବୋଲି ଅନୁଷ୍ଠାନ ପକ୍ଷରୁ ଆଶା ରଖାଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଖିମଜୀ ଜୁଏଲର୍ସର ଚେୟାରମ୍ୟାନ ଦିନେଶ ଖିମଜୀ, ମ୍ୟାନେଜିଙ୍ଗ ଡାଇରେକ୍ଟର କିଶୋର ଖିମଜୀ, ଡାଇରେକ୍ଟର ମିତେଶ ଖିମଜୀ ଓ ସୁମିତ ଖିମଜୀ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ