Masthead

ପ୍ରିନ୍ସିପାଲଙ୍କୁ ପେଟ୍ରୋଲ ଢାଳି ପୋଡି ଦେଲା ଛାତ୍ର

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ଛାତ୍ରର କ୍ରୋଧର ଶିକାର ହେଲେ ପ୍ରିନ୍ସିପାଲ । ପେଟ୍ରୋଲ ଢାଳି ପୋଡି ଦେଲେ ଛାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଇନ୍ଦୋରରେ ଥିବା ବିଏମ ଫାର୍ମାସୀ କଲେଜର ପ୍ରିନ୍ସପାଲ ବିମୁକ୍ତା ଶର୍ମାଙ୍କୁ ଜଣେ ଛାତ୍ର ପେଟ୍ରୋଲ ଢାଳି ପୋଡି ଦେଇଛି । ଛାତ୍ର ଜଣଙ୍କର ଏଭଳି କାଣ୍ଡ ପରେ ସ୍ଥାନୀୟ ଲୋକ ପ୍ରିନ୍ସିପାଲ ବିମୁକ୍ତାଙ୍କୁ ଚୋହତରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ଫେବୃଆରୀ ୨୦ ତାରିଖରେ ବିଏମ ଫାର୍ମାସୀ କଲେଜର ଆଶୁତୋଷ ନାମକ ଜଣେ ଛାତ୍ର ବିମୁକ୍ତା ଶର୍ମାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା ।

ଏହି ଘଟଣାରେ ବିମୁକ୍ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା । ତାଙ୍କୁ ସହଯୋଗୀମାନେ ତୁରନ୍ତ କଲେଜ ନିକଟରେ ଥିବା ଚୋହତରାମ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାସହ ଏହି ଘଟଣାରେ ଆଶୁତୋଷ ଶରୀରର କିଛି ଅଂଶ ମଧ୍ୟ ପୋଡି ଯାଇଥିଲା । କଲେଜ ତରଫରୁ ଆଶୁତୋଷଙ୍କୁ ମାର୍କସିଟ ଦେବାରେ ଡେରି କରିଥିବା ଅଭିଯୋଗ ଆଣି ଛାତ୍ର ଜଣଙ୍କ ଏଭଳି କାଣ୍ଡ କରିଥିବା କଥା ସୂଚନା ମିଳିଛି । ଏଭଳି ଘଟଣା ପରେ ଇନ୍ଦୋରରେ ଏକ ପୋଲିସ ସହାୟକ ଓ ଉପ ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ଇନ୍ଦୋର ପ୍ରଶାସନ ଆଶୁତୋଷ ଶ୍ରୀବାସ୍ତବଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଆଧାରରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?