Masthead

ପ୍ରିନ୍ସିପାଲଙ୍କୁ ପେଟ୍ରୋଲ ଢାଳି ପୋଡି ଦେଲା ଛାତ୍ର

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ଛାତ୍ରର କ୍ରୋଧର ଶିକାର ହେଲେ ପ୍ରିନ୍ସିପାଲ । ପେଟ୍ରୋଲ ଢାଳି ପୋଡି ଦେଲେ ଛାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଇନ୍ଦୋରରେ ଥିବା ବିଏମ ଫାର୍ମାସୀ କଲେଜର ପ୍ରିନ୍ସପାଲ ବିମୁକ୍ତା ଶର୍ମାଙ୍କୁ ଜଣେ ଛାତ୍ର ପେଟ୍ରୋଲ ଢାଳି ପୋଡି ଦେଇଛି । ଛାତ୍ର ଜଣଙ୍କର ଏଭଳି କାଣ୍ଡ ପରେ ସ୍ଥାନୀୟ ଲୋକ ପ୍ରିନ୍ସିପାଲ ବିମୁକ୍ତାଙ୍କୁ ଚୋହତରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ଫେବୃଆରୀ ୨୦ ତାରିଖରେ ବିଏମ ଫାର୍ମାସୀ କଲେଜର ଆଶୁତୋଷ ନାମକ ଜଣେ ଛାତ୍ର ବିମୁକ୍ତା ଶର୍ମାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା ।

ଏହି ଘଟଣାରେ ବିମୁକ୍ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା । ତାଙ୍କୁ ସହଯୋଗୀମାନେ ତୁରନ୍ତ କଲେଜ ନିକଟରେ ଥିବା ଚୋହତରାମ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାସହ ଏହି ଘଟଣାରେ ଆଶୁତୋଷ ଶରୀରର କିଛି ଅଂଶ ମଧ୍ୟ ପୋଡି ଯାଇଥିଲା । କଲେଜ ତରଫରୁ ଆଶୁତୋଷଙ୍କୁ ମାର୍କସିଟ ଦେବାରେ ଡେରି କରିଥିବା ଅଭିଯୋଗ ଆଣି ଛାତ୍ର ଜଣଙ୍କ ଏଭଳି କାଣ୍ଡ କରିଥିବା କଥା ସୂଚନା ମିଳିଛି । ଏଭଳି ଘଟଣା ପରେ ଇନ୍ଦୋରରେ ଏକ ପୋଲିସ ସହାୟକ ଓ ଉପ ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ଇନ୍ଦୋର ପ୍ରଶାସନ ଆଶୁତୋଷ ଶ୍ରୀବାସ୍ତବଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଆଧାରରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ