Masthead

ଦିଲ୍ଲୀ ପୌରଭବନକୁ ରଣକ୍ଷେତ୍ର କରୁଛି କିଏ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଣ୍ଡଗୋଳ, ମାରପିଟ୍ । ଦିଲ୍ଲୀ ପୌରଭବନ ଦୃଶ୍ୟ ସାରାଦେଶକୁ ଚକିତ କରିଛି । ମେୟର ନିର୍ବାଚନରେ ଆପ୍ ର ବିଜୟ ଓ ବିଜେପିର ପରାଜୟ ପରେ ପୌରଭବନରେ ପ୍ରତିଦିନ ହେଉଛି ହଟ୍ଟଗୋଳ । ନୂଆ ମେୟର ଦାୟିତ୍ୱ ନେବା ଦିନ ସଙ୍ଘର୍ଷ ସୀମା ଟପିଥିଲା । ଏପିରିକି ମେୟରଙ୍କୁ ଖଣ୍ଡିଆ ଆପଲ ଛଟାଯାଇଥିବା ଅଭିଯୋଗ ବି ହେଲା । ପୌର ଭବନ ରଣକ୍ଷେତ୍ର ପାଲଟିଥିଲା । ଶନିବାର ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ।  ପୁଣି ଥରେ ବିଜେପି ଏବଂ ଆପ୍ କର୍ପୋରେଟର ମଧ୍ୟରେ ସଂଘର୍ଷ ଘଟିଛି। ଦିଲ୍ଲୀର ନବ ନିର୍ବାଚିତ ମେୟର ଶେଲି ଓବରୟଙ୍କୁ ଆକ୍ରମଣ କରିବାକୁ ବିଜେପି ଉଦ୍ୟମ କରିଥିବା ଆପ ଅଭିଯୋଗ କରିଛି । ଆପ ଏବଂ ବିଜେପି ନେତାଙ୍କ ମଧ୍ୟରେ ମୁହାଁମୁହଁ ହେବା ପରେ ଦିଲ୍ଲୀର ପୌର ଭବନରେ ଜଣେ କାଉନସିଲର ପଡ଼ିଯାଇଥିଲେ । ପରସ୍ପର ମଧ୍ୟରେ ବିଧା, ଗୋଇଠା, ମୁଥ ମରାମରି ହୋଇଥିଲେ ।

https://www.youtube.com/watch?v=ObXW_sjo2zs&t=6s

ମେୟର ଶେଲି ଓବରୟ ଏମସିଡିର ଷ୍ଟାଣ୍ଡିଂ କମିଟିର ୬ଜଣ ସଦସ୍ୟଙ୍କ ମଧ୍ୟରୁ ଜଣକ ଭୋଟକୁ ଅବୈଧ ଘୋଷଣା କରିବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା।   ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ଜଣ ମତଦାନ ଦେଇଥିଲେ । କଂଗ୍ରେସର ୮ଜଣ କାଉନସିଲର ଭୋଟ୍ ଦେଇନାହାନ୍ତି । କିନ୍ତୁ ଯେତେବେଳେ ଭୋଟ୍ ଗଣତି ଆରମ୍ଭ ହେଲା, ମେୟର ଗୋଟିଏ ଭୋଟକୁ ନାକଚ କରିଦେଇଥିଲେ। ଯାହାକୁ ବିରୋଧ କରିଥିଲା ବିଜେପି । ଏହାପରେ ଯାହା ଘଟିଲା ତାହା ଏହି ଭିଜୁଆଲରୁ ଆପଣ ବୁଝିପାରୁଥିବେ । ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିମାନଙ୍କ ଆଚରଣ କିଭଳି ରହିଛି । ଆପ୍ ଏଥିପାଇଁ ସଂପୂର୍ଣ୍ଣ ଭାବେ ବିଜେପିକୁ ଦାୟୀ କରିଛି । ସେପଟେ ବିଜେପି ମଧ୍ୟ ଗଣ୍ଡଗୋଳ ପାଇଁ ଆପକୁ ଦାୟୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା