Masthead

ଦିଲ୍ଲୀ ପୌରଭବନକୁ ରଣକ୍ଷେତ୍ର କରୁଛି କିଏ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଣ୍ଡଗୋଳ, ମାରପିଟ୍ । ଦିଲ୍ଲୀ ପୌରଭବନ ଦୃଶ୍ୟ ସାରାଦେଶକୁ ଚକିତ କରିଛି । ମେୟର ନିର୍ବାଚନରେ ଆପ୍ ର ବିଜୟ ଓ ବିଜେପିର ପରାଜୟ ପରେ ପୌରଭବନରେ ପ୍ରତିଦିନ ହେଉଛି ହଟ୍ଟଗୋଳ । ନୂଆ ମେୟର ଦାୟିତ୍ୱ ନେବା ଦିନ ସଙ୍ଘର୍ଷ ସୀମା ଟପିଥିଲା । ଏପିରିକି ମେୟରଙ୍କୁ ଖଣ୍ଡିଆ ଆପଲ ଛଟାଯାଇଥିବା ଅଭିଯୋଗ ବି ହେଲା । ପୌର ଭବନ ରଣକ୍ଷେତ୍ର ପାଲଟିଥିଲା । ଶନିବାର ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ।  ପୁଣି ଥରେ ବିଜେପି ଏବଂ ଆପ୍ କର୍ପୋରେଟର ମଧ୍ୟରେ ସଂଘର୍ଷ ଘଟିଛି। ଦିଲ୍ଲୀର ନବ ନିର୍ବାଚିତ ମେୟର ଶେଲି ଓବରୟଙ୍କୁ ଆକ୍ରମଣ କରିବାକୁ ବିଜେପି ଉଦ୍ୟମ କରିଥିବା ଆପ ଅଭିଯୋଗ କରିଛି । ଆପ ଏବଂ ବିଜେପି ନେତାଙ୍କ ମଧ୍ୟରେ ମୁହାଁମୁହଁ ହେବା ପରେ ଦିଲ୍ଲୀର ପୌର ଭବନରେ ଜଣେ କାଉନସିଲର ପଡ଼ିଯାଇଥିଲେ । ପରସ୍ପର ମଧ୍ୟରେ ବିଧା, ଗୋଇଠା, ମୁଥ ମରାମରି ହୋଇଥିଲେ ।

https://www.youtube.com/watch?v=ObXW_sjo2zs&t=6s

ମେୟର ଶେଲି ଓବରୟ ଏମସିଡିର ଷ୍ଟାଣ୍ଡିଂ କମିଟିର ୬ଜଣ ସଦସ୍ୟଙ୍କ ମଧ୍ୟରୁ ଜଣକ ଭୋଟକୁ ଅବୈଧ ଘୋଷଣା କରିବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା।   ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ଜଣ ମତଦାନ ଦେଇଥିଲେ । କଂଗ୍ରେସର ୮ଜଣ କାଉନସିଲର ଭୋଟ୍ ଦେଇନାହାନ୍ତି । କିନ୍ତୁ ଯେତେବେଳେ ଭୋଟ୍ ଗଣତି ଆରମ୍ଭ ହେଲା, ମେୟର ଗୋଟିଏ ଭୋଟକୁ ନାକଚ କରିଦେଇଥିଲେ। ଯାହାକୁ ବିରୋଧ କରିଥିଲା ବିଜେପି । ଏହାପରେ ଯାହା ଘଟିଲା ତାହା ଏହି ଭିଜୁଆଲରୁ ଆପଣ ବୁଝିପାରୁଥିବେ । ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିମାନଙ୍କ ଆଚରଣ କିଭଳି ରହିଛି । ଆପ୍ ଏଥିପାଇଁ ସଂପୂର୍ଣ୍ଣ ଭାବେ ବିଜେପିକୁ ଦାୟୀ କରିଛି । ସେପଟେ ବିଜେପି ମଧ୍ୟ ଗଣ୍ଡଗୋଳ ପାଇଁ ଆପକୁ ଦାୟୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ