Masthead

ବଳ ଗୋଟାଉଛି ବିଆରଏସ୍, ମିଶିପାରନ୍ତି ଆଉ ଜଣେ ଭେଟେରାନ୍ ନେତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଶଙ୍ଖ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି କି? ୨୦୧୯ ନିର୍ବାଚନରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡି ଟିକେଟ ଦେଇନଥିଲା । ଡ. ପାଟ୍ଟଶାଣୀ ଆଶା କରିଥିଲେ ଦଳ ନିଶ୍ଚୟ ରାଜ୍ୟସଭାକୁ ପଠାଇବ । ମାତ୍ର ତାହା ହେଲା ନାହିଁ । ତଥାପି ପାଟ୍ଟଶାଣୀଙ୍କ ବିଜେଡି ମୋହ ତୁଟି ନଥିଲା । ଏହାରି ଭିତରେ ରାଜ୍ୟରେ ପାଦ ଥାପିଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ୍ । କୃଷକଙ୍କ ଅଧିକାର ଲଢ଼େଇ ଲଢ଼ିବ ବୋଲି ବିଆରଏସ୍ ଘୋଷଣା କରିଛି ।

ଯାହା ଜନତାଙ୍କ ସହ ଅନେକ ନେତାଙ୍କୁ ବିଆରଏସ ମୁହାଁ କରାଇବା ସମ୍ଭାବନା କରାଇଛି । ଏବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ଚର୍ଚ୍ଚାରେ ରହିଛି । ନିକଟରେ ତାଙ୍କର ବନ୍ଧୁ ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀ ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେଇଛନ୍ତି । ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଆରଏସରେ ଯୋଗ ଦେଇଛନ୍ତି । ଏହା ସହ ଓଡ଼ିଶାର ବଡ ଚାଷୀ ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ନବ ନିର୍ମାଣ କୃଷକ ସଙ୍ଗଠନ କେସିଆରଙ୍କ ହାତ ଧରିଛି । ଦଳ ଓଡ଼ିଶାରେ ବଳ ଗୋଟାଉଛି । ଶୁଣିବାକୁ ମିଳୁଛି ୨୦୨୪ ନିର୍ବାଚନରେ ବିଆରଏସ ଓଡ଼ିଶାରେ ସବୁ ଆସନରେ ପ୍ରାର୍ଥୀ ଦେବ । ଏମାନେ ଉଦ୍ୟମ କରୁଛନ୍ତି ଅଧିକରୁ ଅଧିକ ନେତା ଓ କର୍ମୀଙ୍କୁ ଏକଜୁଟ କରି ବିଆରଏସର ଶକ୍ତି ବୃଦ୍ଧି କରିବେ ।

ବିଆରଏସ ନେତା ଅକ୍ଷୟ କୁମାର, ଜୟରାମ ପାଙ୍ଗୀ ଓ ତାଙ୍କର କିଛି ଛାମୁଆ ଅନୁଗତ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଭେଟିଛନ୍ତି । କେଉଁଠି ଭେଟିଛନ୍ତି ଓ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାନାହିଁ । ମାତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଫଟୋ ବୟାନ କରୁଛି ଯେ ଆଗକୁ ଡକ୍ଟର ପାଟ୍ଟଶାଣୀ ବିଆରଏସ୍ ପାଇଁ ଚିନ୍ତା କରିପାରନ୍ତି । ଯଦି ଅନୁମାନ ଠିକ୍ ତେବେ ସେ ଭୁବନେଶ୍ୱର ଲୋକସଭା ଆସନକୁ ବାଛିପାରନ୍ତି । ଡ.ପାଟ୍ଟଶାଣୀ ବିଆରଏସରେ ସାମିଲ ହେଲେ ତାଙ୍କ ଅନୁଗତ ମାନେ ମଧ୍ୟ ଶଙ୍ଖ ଛାଡ଼ି ଭାରତୀୟ ରାଷ୍ଟ୍ର ସମିତିର ବ୍ୟାନର ଧରିବେ । ଆଉ ୨୦୨୪ ନିର୍ବାଚନରେ ହେବ ଜୋରଦାର ଲଢେଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ