Masthead

ପିଜି ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କଲେ ଅଟୋ ଚାଳକ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ଆଜି ଦିନ ଦ୍ୱିପ୍ରହରରେ ଜଣେ ପିଜି ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଛି । ତାଙ୍କୁ ଅଟୋରେ ନେଇ ଆସିଥିବା ଅଟୋଚାଳକ ହିଁ ଏହି ଜଘନ୍ୟକାଣ୍ଡ ଘଟାଉଥିଲା । ଛାତ୍ରୀଜଣଙ୍କ ଚିକ୍ରାର ଶୁଣି ନିକଟରେ ଥିବା କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖରେ ପହଞ୍ଚି ଯାଇଥିଲେ । ପୋଲିସକୁ ଖବର ଦେବାରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତ ଅଟୋ ଚାଳକକୁ ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ଅର୍ଥନୀତି ବିଭାଗର ଜଣେ ପିଜି ଛାତ୍ରୀ ପରୀକ୍ଷା ଦେବା ଲାଗି ବସ ଯୋଗେ ଭୁବନେଶ୍ୱର ଆସୁଥିଲେ । ବାଟରେ ବାରମ୍ବାର ବାନ୍ତି ହେବାରୁ କଟକରେ ବସରୁ ଓହ୍ଲାଇ ଅଟୋ ଯୋଗେ ଭୁବନେଶ୍ୱର ଆସିଥିଲେ ଛାତ୍ରୀ । ମନରେ ପାପ ଚିନ୍ତା ରଖିଥିବା ଅଟୋ ଡ୍ରାଇଭର ଜଣକ ଗାଡ଼ିକୁ ଜାତୀୟ ରାଜପଥରେ ନ ଆଣି ବାରଙ୍ଗ ଦେଇ ଭୁବନେଶ୍ୱର ନେଇ ଆସୁଥିଲେ । ମୁଣ୍ଡୁଳୀ ଅଞ୍ଚଳର ନିକାଞ୍ଚନ ପାହାଡ଼ିଆ ସ୍ଥାନକୁ ଛାତ୍ରୀଙ୍କୁ ନେଇଯାଇଥିଲେ । ଛାତ୍ରୀଙ୍କୁ ଏକୁଟିଆ ପାଇ ବଳାତ୍କାର ଉଦ୍ୟମ କରିଥିଲା ଡ୍ରାଇଭର ।

କଳେବଳେ ଖସି ଦୌଡ଼ି ଆସୁଥିବା ଛାତ୍ରୀଙ୍କୁ ଅର୍ଦ୍ଧଲଗ୍ନ ଅବସ୍ଥାରେ ପିଛା କରିଥିଲା ଡ୍ରାଇଭର । ସୌଭାଗ୍ୟ ବଶତଃ ଚୋରା ଖଣି ଚାଲାଣ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ଜଣ ସାମ୍ବାଦିକଙ୍କ ନଜରରେ ପଡ଼ି ଥିଲା ଡ୍ରାଇଭରଙ୍କ କଳାକାରନାମା । ଛାତ୍ରୀଙ୍କୁ ଡ୍ରାଇଭର କବଳରୁ ଉଦ୍ଧାର କରିବା ସହ ପୋଲିସକୁ ଖବର ମଧ୍ୟ ଦେଇଥିଲେ ସାମ୍ବାଦିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରି ପଚରାଉଚରା କରୁଛି । ସେପଟେ ବାରଙ୍ଗ ପ୍ରେସ କ୍ଳବର ୩ ସାମ୍ବାଦିକ ତୁଷାରକାନ୍ତ ବେହେରା, ଲକ୍ଷ୍ମୀଧର ବେହେରା ଓ ମିର୍ଜା ରିଜୁଆନ ବେଗଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ