Masthead

ରାହୁଲଙ୍କ ଭାରତ ଯୋଡ଼ ବନାମ ନଡ୍ଡାଙ୍କ ବିଜୟ ସଙ୍କଳ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପରେ ବିଜେପି କରିବାକୁ ଯାଉଛି ବିଜୟ ସଙ୍କଳ୍ପ ଯାତ୍ରା । କଂଗ୍ରେସ ସାରା ଦେଶରେ ଯାତ୍ରା କରିଥିବା ବେଳେ ବିଜେପି କେବଳ କର୍ଣ୍ଣାଟକରେ କରିବ ବିଜୟ ସଙ୍କଳ୍ପ ଯାତ୍ରା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ରାଷ୍ଟି୍ରୟ ସଭାପତି ଜେପି ନଡ୍ଡା କର୍ଣ୍ଣାଟକରେ ଯାତ୍ରା ଆରମ୍ଭ କରିବେ । ଆଜିଠୁ କର୍ଣ୍ଣାଟକରେ ଆରମ୍ଭ ହେବ ବିଜେପିର ବିଜୟ ସଙ୍କଳ୍ପ ଯାତ୍ରା । ଜେପି ନଡ୍ଡା ଆଜି କର୍ଣ୍ଣାଟକର ଚାମରାଜନଗରରେ ୨୫ ଦିନିଆ ଯାତ୍ରା ଉଦଘାଟନ କରିବେ। ବିଜେପି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆଜିଠାରୁ କର୍ଣ୍ଣାଟକରେ ବିଜୟ ସଙ୍କଳ୍ପ ଯାତ୍ରା ଆରମ୍ଭ କରିବ ।

ମାର୍ଚ୍ଚ ୨ରେ ବେଲାଗାଭିର ନନ୍ଦାଗଡା ଠାରେ ଥିବା ସାଙ୍ଗୋଲି ରାଇନା ମେମୋରିଆଲରୁ ରାଜନାଥ ସିଂ ଦ୍ୱିତୀୟ ଯାତ୍ରାକୁ ଆରମ୍ଭ କରିବେ । ଏବଂ ଅମିତ ଶାହା ମାର୍ଚ୍ଚ ୩ ରେ କର୍ଣ୍ଣାଟକରେ ଦୁଇଟି ବିଜୟ ସଙ୍କଳ୍ପ ଯାତ୍ରା ଆରମ୍ଭ କରିବେ । ମାର୍ଚ୍ଚ ୨୫ ରେ ଦାଭାନଗରୀରେ ଏକ ଜନ ସମାବେଶ ସହିତ ଏହି ଯାତ୍ରା ଶେଷ ହେବ, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ଚାରୋଟି ପ୍ରମୁଖ ଗୋଷ୍ଠୀରେ ବିଭକ୍ତ କର୍ଣ୍ଣାଟକର ମୋଟ ୨୨୪ ନିର୍ବାଚନମଣ୍ଡଳୀ ଏକାସାଙ୍ଗରେ ଦାଭାନଗରୀ, ଚାମରାଜନଗର, କିଟୁର ଏବଂ କଲ୍ୟାଣ ସମେତ ଚାରୋଟି ଭିନ୍ନ ଭିନ୍ନ ଅଞ୍ଚଳରୁ ଚାରିଟି ଯାତ୍ରା ଆରମ୍ଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼