Masthead

କେନ୍ଦ୍ର ସରାକରଙ୍କ ଧୂଆଁଶୂନ୍ୟ ଇନ୍ଧନ ପ୍ରହସନ : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ସବୁବେଳେ କେନ୍ଦ୍ର ସରକାର ତେଲ ଓ ଗ୍ୟାସ ରେଟ ବଢ଼ାଇଛନ୍ତି । ଯାହା ହାଣ୍ଡିଶାଳକୁ ମାଡ଼ ମାରିଛି ଓ ଗୃହିଣୀ ମାନେ ହଇରାଣ ହେଉଛନ୍ତି । ଜାଲେଣି ବଦଳରେ ଗ୍ୟାସର ଲୋଭ ଦେଖାଇଥିଲେ । କିନ୍ତୁ ଯିଏ ଗ୍ୟାସ ଆଣିଛନ୍ତି ଆଉ ଭରି ପାରୁ ନାହାନ୍ତି । ଏଭଳି ଅସୁବିଧାରେ ମାଆ ଭଉଣୀମାନେ ପଡିଛନ୍ତି ଯେ ଗ୍ୟାସ ଭରିବା ସେମାନଙ୍କ ପାଇଁ କଷ୍ଟରେ ହେଉଛି । ଏହାର ଦର ବାରମ୍ବାର ବୃଦ୍ଧି ପାଉଛି । ମାଆମାନେ ରୋଷେଇ କରିବାରେ ହଇରାଣ ହେଉଛନ୍ତି ।

ବିଜେପି ଯେଉଁ ଫମ୍ପା ଆୱାଜ ଦେଇଥିଲେ ଯେ ଆମେ ସମସ୍ତଙ୍କୁ ଧୂଆଁଶୂନ୍ୟ ଇନ୍ଧନ ଯୋଗାଇବୁ, ତାହା ଆଜି ପ୍ରହସନ ପାଲଟିଛି । ଆମେ ସବୁବେଳେ ପ୍ରତିବାଦ କରି ଆସିଛୁ ଓ କରିବୁ ମଧ୍ୟ । ପୋଲିସ ଏକାପାଖିଆ କାମ କେବେ ବି କରେନି । ଯେତେବେଳେ ବି ଆନ୍ଦୋଳନ ହୁଏ, ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଏ । ଯାହା ଜୟ ନାରାୟଣ ମିଶ୍ର ସବୁବେଳେ ଆକ୍ଷେପ କରନ୍ତି । ସରକାର ଯାହା ଭଲ କାମ କଲେ ବି ତାଙ୍କୁ ଦେଖା ଯାଏନି । ଗତକାଲି ଘଟଣା, ବିଜେପି ନାଁ ଓ ଦଳର ପ୍ରଚାର ପ୍ରସାର ପାଇଁ ଏମିତି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ