Masthead

୧୯ ,୨୮୪ ଶ୍ରମିକ ଯାଇଛନ୍ତି ଦାଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାମଧନ୍ଦା ଅଭାବରୁ ଓଡ଼ିଶାରୁ ଶହ ଶହ ଶ୍ରମିକ ରାଜ୍ୟ ବାହାରକୁ ଯାଉଛନ୍ତି । ପ୍ରତିଦିନ ଦାଦନଙ୍କ କରୁଣ କାହାଣୀ ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଛି । ଏହାସତ୍ତ୍ୱେ ରାଜ୍ୟ ସରକାର କହୁଛନ୍ତି ୧୯ ଜିଲ୍ଲା ଦାଦନ ମୁକ୍ତ । ବୁଝିବାକୁ ଗଲେ ୧୯ ଜିଲ୍ଲାର କୌଣସି ଲୋକ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉନାହାନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଧାନସଭାରେ କହିଛନ୍ତି, ୨୦୨୨ ରେ ୩୨୮ ଜଣ ଠିକାଦାରଙ୍କୁ ଲାଇସେନ୍ସ ଦିଆଯାଇଛି ।

ସେମାନେ ଅନ୍ୟ ରାଜ୍ୟକୁ ଶ୍ରମିକ ଚାଲାଣ କରିପାରିବେ । ଏହି ଠିକାଦାରମାନେ ୧୯ହଜାର ୨୮୪ ଜଣ ଶ୍ରମିକଙ୍କୁ ନିୟୋଜିତ କରିପାରିବେ । କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନାଗିରି ଜିଲ୍ଲାରେ ଜଣେ ମାତ୍ର ଠିକାଦାରଙ୍କୁ ୯୯ ଜଣ ପ୍ରବାସୀ ଶ୍ରମିକ ନିୟୋଜନ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । ସରକାରୀ ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲାରେ ଲାଇସେନ୍ସ ପ୍ରାପ୍ତ ଠିକାଦାର ନଥିବା ବେଳେ କେହିହେଲେ ଦାଦନ ଯାଉନାହାନ୍ତି । ସେହିପରି ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ରାୟଗଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାରେ କୌଣସି ଲାଇସେନ୍ସ ପ୍ରାପ୍ତ ଠିକାଦାର ନାହାନ୍ତି କି କୌଣସି ଲୋକ ଦାଦନ ଯାଉନାହାନ୍ତି ।

ବରଗଡ଼ ଜିଲ୍ଲାରେ ୩ ଜଣ ଲାଇସେନ୍ସ ପ୍ରାପ୍ତ ଠିକାଦାର ଅଛନ୍ତି । ଏହି ଜିଲ୍ଲାରୁ ୨୫୦ ଜଣ ଦାଦନ ଯାଇଛନ୍ତି । ବଲାଙ୍ଗିରରେ ୨୨୯ ଠିକାଦାର ଥିବା ବେଳେ ୧୩ହଜାର ୮୪୩ ଶ୍ରମିକ ଦାଦନ ଯାଇଛନ୍ତି । କଟକରେ ୪ ଠିକାଦାର ୬୭ ଶ୍ରମିକ, ଢେଙ୍କାନାଳ ୨ ଠିକାଦାର ୪୦ ଶ୍ରମିକ, ଗଜପତି ୧ ଠିକାଦାର ୧୦ ଶ୍ରମିକ, ଗଞ୍ଜାମ ୧୯ ଠିକାଦର ୬୫୪ ଶ୍ରମିକ, ଝାରସୁଗୁଡ଼ ୯ ଠିକାଦର ୬୫୫ ଶ୍ରମିକ, କଳାହାଣ୍ଡି ୩ ଠିକାଦାର ୧୨୭ ଶ୍ରମିକ, କେନ୍ଦୁଝର ୧ ଠିକାଦା ର ୫୦ ଶ୍ରମିକ, ଖୋର୍ଦ୍ଧା ୧୦ ଠିକାଦାର ୧୯୫ ଶ୍ରମିକ, ନବରଙ୍ଗପୁର ୧ଠିକାଦାର ୯୯ ଶ୍ରମିକ, ନୂଆପଡ଼ା ୪୦ ଠିକାଦାର ୩ହଜାର ୬୬ ଶ୍ରମିକ, ପୁରୀ ୨ ଠିକାଦାର ୧୦୦ ଶ୍ରମିକ, ସମ୍ବଲପୁରରେ ୪ ଠିକାଦାରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ ୧୨୮ ଜଣ ଶ୍ରମିକ ଦାଦନ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ