Masthead

ଶିମିଳିପାଳର ୪୪ ଜାଗାରେ ନିଆଁ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ):  ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଶିମିଳିପାଳ ଜୈବ ମଣ୍ଡଳରେ ଲାଗିଛି ନିଆଁ। ବାରମ୍ବାର ବ୍ୟାପକ ବ୍ୟବସ୍ଥା ଏବଂ ସଚେତନତା କାର୍ୟ୍ୟକ୍ରମ ସତ୍ତ୍ୱେ ନିଆଁ ଲାଗିବ ଥୟ। ବନ୍ୟପ୍ରାଣୀ ବିଭାଗ କିନ୍ତୁ ତତ୍ପର ହୋଇ ସମସ୍ତ ପ୍ରକାର ନିଆଁକୁ ଆୟତ କରିବାରେ ବ୍ୟସ୍ତ। କିଛି ସ୍ଥାନୀୟ ଲୋକଙ୍କ ଅଜ୍ଞାନତା ନିଆଁ ଲାଗିବାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି ।

ବନ୍ୟଯାତ ଦ୍ରବ୍ୟ ଯଥା ମହୁଲ ସଂଗ୍ରହ ପାଇଁ ପାଦଦେଶରେ ନିଆଁ ଲଗାଇଥାନ୍ତି । ଏବଂ ଶିକାରୀ ମାନେ ବନ୍ୟପ୍ରାଣୀ ଶିକାର ପାଇଁ ନିଆଁ ଲଗାଇଥାନ୍ତି। ଆଜି ମଧ୍ୟ ଶିମିଳିପାଳ ର ତାଲବନ୍ଧ, ଚହଲା,ବାରେହିପାଣି ଓ ଠାକୁରମୁଣ୍ଡା ରେଞ୍ଜ ର କ୍ଲଷ୍ଟର ଏରିଆର ୪୪ ଟି ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ସୂଚନା ଦେଇଛନ୍ତି। ନିଆଁକୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ସଫଳ ହୋଇଛି । ଶିମିଳିପାଳ ଅଭ୍ୟନ୍ତରୀଣ ଅଞ୍ଚଳକୁ ବ୍ୟାପିବାକୁ ଦେଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା