Masthead

ଲଗାଣ ବର୍ଷାରେ ଧୋଇ ଗଲା ପୋଲ

ବାରିପଦା (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ଜନଜୀବନ ଅସ୍ତବ୍ୟସ୍ତ । ରାସ ଗୋବିନ୍ଦପୁରର ସାରୁମୁଳା ଠାରେ ପୋଲ ଉପରେ ୪ ଫୁଟ ର ପାଣି । ବାରିପଦା–ଅର୍ମଦା ରାସ୍ତାରେ ମଧ୍ୟ ଚଳପ୍ରଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଜମ୍ଭିରା ନଦୀରେ ପ୍ରବଳ ଜଳ ପ୍ରବାହ ଦେଖିବାକୁ ମିଳିଛି। ଏହି ନଦୀ ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀ ଭାବେ ପରିଚିତ। ଜମ୍ଭିରାରେ ଜଳସ୍ତର ବଢ଼ିଚାଲିଲେ ବାଲେଶ୍ୱରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। କଷ୍ଠା-ଦେଉଳି ମୁଖ୍ୟ ରାସ୍ତା ଝାଲିଆମରା ଠାରେ ଥିବା ପୋଲଟି ବର୍ଷା ପାଣିରେ ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଛି।

ଫଳରେ ୧୫ଟି ପଞ୍ଚାୟତର ହଜାର ହଜାର ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି। ସେହିପରି ଜମ୍ଭିରାପାଳ ସୁରୁକି ଖାଳ ଉପରେ ତିନି ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଧେଙ୍କିଆ-କାଣିମୋହୁଲି ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ଗତ ଦୁଇ ଦିନ ହେବ ଲଗାଣ ବର୍ଷା ହେଉଥିବା ବେଳେ ଗତ କାଲି ରାତିରେ ଶୁଳିଆପଦା ବ୍ଲକ ଝାଲିଆମରା ଠାରେ ଥିବା କଷ୍ଠା-ଦେଉଳି ମୁଖ୍ୟ ରାସ୍ତାର ପୋଲଟି ଭୁଷୁଡି ପଡିଛି। ଏହି ପୋଲ ଦେଇ କଷ୍ଠା, ଦେଉଳି ସମେତ ଆଖପାଖର ୮ଟି ପଞ୍ଚାୟତର ଲୋକେ ନିତ୍ୟ ଯିବା ଆସିବା କରନ୍ତି। ପୋଲ ଭାଙ୍ଗିବା ପରେ ଏହି ସମସ୍ତ ଅଞ୍ଚଳର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ