Masthead

କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରୋଇ ଡାହାଣୀଖିଆ ଗ୍ରାମରେ ବିଶେଷ ସୂତ୍ରରୁ ଖବର ପାଇ ରାଜସ୍ୱ ବିଭାଗ, ପୋଲିସ ବିଭାଗ ଓ କୃଷି ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ୧୯୦ ବସ୍ତା ସାର ଜବତ କରାଯାଇଛି। ଏହି ଗ୍ରାମର ତାରକ ସାହୁଙ୍କ ଘର ପାଖରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ସେ ତାଲା ପକାଇ ରଖିଥିବା ୟୁରିଆ, ଡିଏପି, ଗ୍ରୋମର ଓ ପଟାସ ସାର ମିଶାଇ ପ୍ରାୟ ୧୫୫ ବସ୍ତା ସାର ଜବତ କରାଯାଇଥିବା ବେଳେ ତାରକଙ୍କ ବଜାରରେ ଥିବା ଦୋକାନରୁ ଆଉ ୩୫ ବସ୍ତା ସାର ଜବତ କରାଯାଇଛି।

ସମୁଦାୟ ୧୯୦ ବସ୍ତା ସାର ଜବତ କରିଛି ନାଉଗାଁ କୃଷି ବିଭାଗ । ବେଆଇନ ଭାବେ ସାର ଗଚ୍ଛିତ ରଖିବା ଓ ବିକ୍ରି ସମ୍ପର୍କରେ ବିଭାଗ ପକ୍ଷରୁ ଅଧିକ ଯାଞ୍ଚ ଜାରି ରହିଛି । ସମସ୍ତ ୧୯୦ ବସ୍ତା ସାରକୁ ଜବତ କରିବା ସହିତ ତାର ମାନ ପରୀକ୍ଷା ପାଇଁ ସାମ୍ପୁଲ ସଂଗ୍ରହ କରାଯିବା ପରେ ତାର ଗୁଣବତ୍ତା ପରୀକ୍ଷା ନିମନ୍ତେ ଲାବ୍ରୋଟୋରୀକୁ ପଠାଯାଇଛି। ତେବେ ଲାବ୍ରୋଟୋରୀ ପରୀକ୍ଷା ରିପୋର୍ଟ ଆସିବା ଯାଏ ନିକଟସ୍ଥ ଡେରିକି ପ୍ରାଥମିକ କୃଷି ସମବାୟ ସମିତିରେ ଏହି ସାରକୁ ଗଛିତ ରଖାଯାଇଛି ।

ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଚାଷୀଙ୍କ ଆବଶ୍ୟକୀୟ ମୁତାବକ ସାର ବଜାରରେ ମିଳୁ ନାହିଁ। ଏହାର ସୁଯୋଗ ନେଇ ଚୋରା ବେପାରି ମାନେ ସକ୍ରିୟ ହୋଇ ଉଠିଛନ୍ତି। ଯାହା ଫଳରେ ଚାଷୀ ଚଢା ଦରରେ ସାର କ୍ରୟ କରୁଛନ୍ତି। କୃଷି ବିଭାଗର ଏହି ଚଢ଼ାଉ ପରେ ସାର କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ତେବେ ତଦନ୍ତ ସମୟରେ ଉକ୍ତ ସାର ପୁରୀ ଜିଲ୍ଲାରୁ ଆସିଥିବା ଜଣାପଡିଥିଲା। ସରକାରଙ୍କ ନିୟମ ଅନୁସାରେ ଜିଲ୍ଲା ବାହାରୁ ସାର ଆଣିବାକୁ ହେଲେ ଜିଲ୍ଲା ପ୍ରଶାସନ ର ଅନୁମତି ପତ୍ର ଆବଶ୍ୟକ। ଉକ୍ତ ସାର ଆସିଥିବା ବେଳେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଅନୁମତି ପତ୍ର ପ୍ରଦାନ କରିଛନ୍ତି କି ନାହିଁ ତାହା ତଦନ୍ତ ସାପେକ୍ଷ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ