Masthead

ପଶ୍ଚିମବଙ୍ଗରେ ଟିଏମସି ଟେନସନ୍, ଶତ୍ରୁ ଦଳ ସହ ହାତ ମିଳାଇବ ବିଜେପି

ପଶ୍ଚିମବଙ୍ଗ(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହେବ ଜୋରଦାର ଲଢେଇ । ଦିଦିଙ୍କୁ ମାତ୍ ଦେବାକୁ ଉଦ୍ୟମ । ତୃଣମୂଳ କଂଗ୍ରେସକୁ ପରାସ୍ତ କରିବାକୁ ବିଜେପି, ବାମ ଓ କଂଗ୍ରେସର ମେଣ୍ଟ । ଏପ୍ରିଲ-ମେ’ ରେ ପଶ୍ଚିମବଙ୍ଗରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଇଁ ଟିଏମସି, ବିଜେପି, ସିପିଏମ ଓ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ନିର୍ବାଚନ ୨୪ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବ । ମାତ୍ର ପଞ୍ଚାୟତ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ପରାସ୍ତ କରିବା ଲକ୍ଷ୍ୟରେ ୩ ପରସ୍ପର ବିରୋଧୀ ଦଳ ବିଜେପି, ବାମ ଓ କଂଗ୍ରେସ ମେଣ୍ଟ ଗଢିଛନ୍ତି ।

ବିଜେପି ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଏହାକୁ ସ୍ଥାନୀୟ ସ୍ତରର ମେଣ୍ଟ ବୋଲି କହିଛନ୍ତି । ସେ କହିଛନ୍ତି, ଗ୍ରାମୀଣ ନେତାମାନେ ନିଜ ନିଜ ମଧ୍ୟରେ ଆଲୋଚନା କରି କାହାକୁ ଜିତାଇବାକୁ ହେବ ସ୍ଥିର କରିଥାନ୍ତି । ଟିଏମସି ଗୁଣ୍ଡାଗର୍ଦ୍ଦି ଏତେ ବଢ଼ିଯାଇଛି ଯେ ଅନେକ ସ୍ଥାନରେ ତିନି ଦଳ ମଧ୍ୟରେ ଆପୋଷ ବୁଝାମଣାରେ ପ୍ରାର୍ଥୀ ଦିଆଯିବ । ସେହିପରି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଭୋଟରମାନେ ନିଜ ନିଜ ମଧ୍ୟରେ ନିଷ୍ପତ୍ତି ନେଇ ପ୍ରାର୍ଥୀ ଚୟନ କରିଥାନ୍ତି ।

ରାଜ୍ୟରେ ଏକଛତ୍ରବାଦ ଶାସନ ଏତେ ବଢ଼ିବାରେ ଲାଗିଛି । ଟିଏମସିକୁ ହଟାଇବା ପାଇଁ ଜନତା ଯେକୌଣସି ରାସ୍ତା ଆପନାଇବା କୁ ପ୍ରସ୍ତୁତ । ପଶ୍ଚିମବଙ୍ଗରେ ଦଳୀୟ ସଙ୍କେତରେ ପଞ୍ଚାୟତ ନିର୍ବାଚନ ହୋଇଥାଏ । ଏଥର କିନ୍ତୁ ଦଳ ଅଡୁଆରେ ପଡିବ । ବିରୋଧୀଙ୍କ ମେଣ୍ଟ ପରେ ପଶ୍ଚିମବଙ୍ଗରେ ବଦଳିପାରେ ରାଜନୈତିକ ସମୀକରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼