Masthead

ଭାରତୀୟ ସେନାକୁ ମିଳିବ ଜେଟପ୍ୟାକ୍ ସୁଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ସେନାକୁ ମିଳିବ ଜେଟ୍‌ପ୍ୟାକ୍‌ ସୁଟ୍‌ । ଏହି ସୁଟ୍‌ରେ ଏକ ଛୋଟ ତଥା ଶକ୍ତିଶାଳୀ ଇଞ୍ଜିନ ରହିଛି। ଫଳରେ ଏହାକୁ ବ୍ୟବହାର କରି ଜଣେ ବ୍ୟକ୍ତି ବେଶ୍‌ କିଛିସମୟ ଧରି ଆକାଶରେ ଉଡ଼ି ପାରିବ। ଏହି ସୁଟ୍‌କୁ ବ୍ରିଟେନ୍‌ର ଏକ କମ୍ପାନୀ ନିର୍ମାଣ କରିଥିବା ଜଣାପଡ଼ିଛି। ଏହି ସୁଟ୍‌ର ପରୀକ୍ଷା ଆରମ୍ଭ ହୋଇଥିବା ସେନା ତରଫରୁ ସୂଚନା ଦିଆଯାଇଛି। ଆଗ୍ରାରେ ବ୍ରିଟେନ୍ କମ୍ପାନୀର ଇଞ୍ଜିନିୟରମାନେ ଏହି ସୁଟ୍‌କୁ ପିନ୍ଧି କିପରି ଉଡ଼ିହେବ ସେ ସମ୍ପର୍କରେ ଭାରତୀୟ ସେନାଧିକାରୀଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରୁଥିବା ଜଣାପଡ଼ିଛି।ଏହି ସୁଟ୍‌ରେ ୩ଟି ଇଞ୍ଜିନ ରହିଥିବା ଜଣାପଡ଼ିଛି। ଗୋଟିଏ ଇଞ୍ଜିନ୍‌ ସୁଟ୍‌ର ପଛଭାଗରେ ରହିଥିବା ବେଳେ ଆଉ ଦୁଇଟି ଇଞ୍ଜିନ୍‌ ସୁଟ୍‌ର ଦୁଇହାତରେ ରହିଛି। ସୁଟ୍‌ର ସର୍ବାଧିକ ଓଜନ ୪୦ କେଜି ରହିଥିବା ବେଳେ ପରୀକ୍ଷା ପାଇଁ ଭାରତୀୟ ସେନାକୁ ୪୮ଟି ସୁଟ୍‌ ମିଳିଛି। ସୁଟ୍‌ରେ ଘଣ୍ଟାକୁ ୫୦ କିମି ବେଗରେ ଉଡି ହେବ ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ