Masthead

ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି: ସୌରଭ ଭରଦ୍ବାଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପର ନେତା ମନିଷ ସିସୋଦିଆଙ୍କୁ ସିବିଆଇ ଦେଉଛି ମାନସିକ ନିର୍ଯାତନା । ଅଭିଯୋଗ କରିଛନ୍ତି ଆପ୍‌ର ଜାତୀୟ ମୁଖପାତ୍ର ସୌରଭ ଭରଦ୍ବାଜ । ରବିବାର ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ସିବିଆଇ ଆପ୍‌ର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ହାଜତ‌ରେ ନିର୍ୟାତନା ଦେଇ ମିଥ୍ୟା ଅଭିଯୋଗ ଲେଖାଥିବା କାଗଜପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରୁଛି।

ସିସୋଦିଆ କିଛି ଅପରାଧ କରି ନ ଥିଲେ ମଧ୍ୟ ଅପରାଧ କରିଛନ୍ତି ବୋଲି ସ୍ବୀକାର କରିବାକୁ ତାଙ୍କ ଉପରେ ଚାପ ପକାଯାଉଛି। ଭରଦ୍ବାଜ କହିଛନ୍ତି ଯେ ସିସୋଦିଆଙ୍କ ବିରୋଧରେ ସିବିଆଇ ପାଖରେ କୌଣସି ପ୍ରମାଣ ନାହିଁ। କେଉଁ ପ୍ରମାଣ ନଷ୍ଟ କରାଯାଇଛି ତାହା ମଧ୍ୟ ସେମାନେ ଉଲ୍ଲେଖ କରିନାହାନ୍ତି। ସେମାନେ ସିସୋଦିଆଙ୍କ ଘରେ ଚଢ଼ଉ କରି କିଛି ପାଇ ନ ଥିଲେ ବୋଲି ଭରଦ୍ବାଜ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ