Masthead

ରାୟଗଡ଼ା ବିଜେଡିରେ ଗୋଷ୍ଠୀକନ୍ଦଳ ତୀବ୍ର

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ବିଜେଡିରେ ଗୋଷ୍ଠୀକନ୍ଦଳ । ଖଣ୍ଡ ଖଣ୍ଡ ହୋଇ ଫାଟିଯାଇଛି ୨୫ବର୍ଷର ଦଳ । ବିବାଦ ଏତେ ଦୂରରେ ପହଞ୍ଚଛି ଯେ ବିଜୁବାବୁଙ୍କ ଜୟନ୍ତୀ ନୁହେଁ, ନିଜ ନିଜ ଗୋଷ୍ଠୀର ଶକ୍ତି ପ୍ରଦର୍ଶନ । ଏନ ଭାସ୍କର ରାଓ କିଏ ଆମେ ଜାଣିନାହୁଁ ବୋଲି ଗୋଟିଏ ଗୋଷ୍ଠୀ କହୁଥିବା ବେଳେ ନବୀନ ପଟ୍ଟନାୟକଙ୍କ ହାତମୁଠା ନୁହେଁ, ଭାସ୍କର ରାଓଙ୍କ ହାତମୁଠାକୁ ଟାଣ କରନ୍ତୁ ବୋଲି ଅନ୍ୟ ଗୋଷ୍ଠୀ କହିବା ସମସ୍ତଙ୍କୁ ଚକିତ କରିଛି ।

ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ ନାହିଁ । ଆମେ ଯାହାକୁ ସର୍ବାଧିକ ଗୁରୁତ୍ୱ ଦେଇଆସିଛୁ, ସମସ୍ତଙ୍କର ପ୍ରୀୟ ନେତା ଭାସ୍କର ବାବୁଙ୍କ ହାତମୁଠାକୁ ଟାଣ କରନ୍ତୁ । ରାୟଗଡ଼ାର ଅଭିବୃଦ୍ଧି ପାଇଁ ଭାସ୍କର ବାବୁଙ୍କ ହାତମୁଠାକୁ ଟାଣ କରି ରାୟଗଡ଼ାକୁ ଆଗେଇ ନେବାପାଇଁ ଚେଷ୍ଟା କରନ୍ତୁ ବୋଲି ବିଜେଡି ରାଜ୍ୟ ସମ୍ପାଦକ ଜଗଦ୍ଦୀଶ ପାତ୍ର ତାଙ୍କ ଭାଷଣରେ କହିଥିଲେ ।

ରାୟଗଡ଼ା ନିର୍ବାଚନମଣ୍ଡଳୀରେ ଜଳ ଜଳ ହୋଇ ଦିଶୁଛି ବିଜେଡି ଫାଟ । ଗୋଟିଏ ପଟେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ଅନ୍ୟପଟେ ବିଗତ ଦିନରେ ତାଙ୍କ ସୁରକ୍ଷା ପାଇଁ ଢ଼ାଲ ସାଜି୍ଥିବା ୟାଲା ଭେଙ୍କଟେସ୍ୱର ରାଓ ଓରଫ କଣ୍ଡାବାବୁ । ଭାସ୍କରଙ୍କ ସମାନ୍ତରାଳରେ ବିଜେଡି ବ୍ୟାନର ଓ ଶଙ୍ଖଚିହ୍ନ ତଳେ ଆଉଏକ ସଂଗଠନ ଚଳାଇଛନ୍ତି କଣ୍ଡାବାବୁ । ବିଜୁବାବୁଙ୍କ ଜୟନ୍ତୀ ପାଳନ ନୁହେଁ, ଉଭୟ ଗୋଷ୍ଠୀର ଶକ୍ତିପ୍ରଦର୍ଶନ ଦଳ ଭିତରେ ରହିଥିବା କନ୍ଦଳକୁ ପଦାରେ ପକାଇଦେଇଛି । କଣ୍ଡାବାବୁ ନିଜ ସମର୍ଥକଙ୍କ ସହ ରାୟଗଡ଼ା ସହରର ଶିରିଗଡ଼ାରୁ ପଟୁଆରରେ ବାହରି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପକାଇ ପାଳିଥିଲେ ବିଜୁ ଜୟନ୍ତୀ ।

ଭାସ୍କର ରାଓ ବାଇକ୍ ରାଲିରେ ଆସି ଅଶୋକ କଲ୍ୟାଣ ମଣ୍ଡପରେ ପାଳିଥିଲେ ବିଜୁ ଜୟନ୍ତୀ । ଏହି ସଭାରେ ଭାସ୍କରଙ୍କ ସମର୍ଥକ ତଥା ବିଜେଡି ରାଜ୍ୟ ସମ୍ପାଦକ ଜଗଦ୍ଦୀଶ ପାତ୍ର ମଞ୍ଚରେ ନବୀନଙ୍କ ଗୁଣଗାଇଥିଲେ । ହଠାତ୍ ସ୍ୱର ପରିବର୍ତ୍ତନ କରି କହିଥିଲେ, ଭାସ୍କର ରାଓଙ୍କ ହାତମୁଠାକୁ ଟାଣ କରନ୍ତୁ । ନବୀନ ବାବୁଙ୍କର ନୁହେଁ । ବିଜେଡିରେ ଏତେ ବିଶୃଙ୍ଖଳା । ଦଳର ରାଜ୍ୟ ସମ୍ପାଦକ ଦଳର ସୁପ୍ରିମୋଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା କେତେଦୂର ସମିଚୀନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ