Masthead

ପାକିସ୍ତାନ ପାଖରେ ନାହିଁ ଟଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ପାଖରେ ନାହିଁ ଟଙ୍କା । ଧାରକରଜ କରି ଦେଶକୁ ଠିକ ରାସ୍ତାକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନ ସରକାର । ସ୍ଥିତି ସୁଧାରିବା ପାଇଁ ଚାଲିଛି ଚେଷ୍ଟା । ହେଲେ ଆତଙ୍କବାଦୀ ଦେଶର ଅର୍ଥନୀତି ବେକାବୁ । ସେଇଥିପାଇଁ କହୁଛୁ କାନ୍ଦୁଛି ପାକିସ୍ତାନ । ପାକିସ୍ତାନର ସ୍ଥିତି ହାଲବେହାଲ । ସବୁଠି ହାହାକାର । ଭୋକ ବିକଳରେ ଲୋକେ ଆଉଟୁପାଉଟୁ । ଜୀବନ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନୀ । ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନ ସରକାର । ହେଲେ ସ୍ଥିତି ଏବେ ଅସମ୍ଭାଳ । ଦେଶର ଅର୍ଥନୀତି ଟ୍ରାକକୁ ସଜାଡ଼ିବା ପାଇଁ ଅଂଟା ଭିଡିଛନ୍ତି ସରକାର ।

ଆମେରିକାର ତୀବ୍ର ବିରୋଧ ସତ୍ୱେ ପାକିସ୍ତାନ ଚୀନରୁ ଆଣିଛି ଋଣ । ଏକ ଦାମିକ ବିଲିୟନ ଡଲାର ଚୀନ ଠାରୁ ଋଣ କରିଛନ୍ତି ପାକିସ୍ତାନ ସରକାର । ଦେବାଳିଆ ଅବସ୍ଥାରେ ଥିବା ଆତଙ୍କବାଦୀ ଦେଶ ପାକିସ୍ତାନ, ଚୀନର ଇଣ୍ଡ୍ରଷ୍ଟି୍ରଆଲ ଅଫ୍ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନାରୁ ଋଣ ଆଣିଛି । ଯାହା ଫଳରେ ଦେଶ କିଛି ମାତ୍ରାରେ ଚାଲିପାରିଛି । ନାହିଁ ତ ସର୍ବନାଶ ହେବା ଥୟ । ବର୍ତମାନ ପାକିସ୍ତାନ ପାଖରେ ଯେତିକି ଅର୍ଥ ଅଛି ଆଉ ମାତ୍ର ଦୁଇ ସପ୍ତାହ ଯିବ । ୟାରି ଭିତରେ ଯଦି ସ୍ଥିତି ନ ସୁଧୁରେ ତା ହେଲେ ପାକିସ୍ତାନ ଡାକିବ ତ୍ରାହିତ୍ରାହି । ସେଇଥିପାଇଁ ପାକିସ୍ତାନ ସରକାର ଚାଇନାଠାରୁ ଅର୍ଥ ଆଣିବାକୁ ବାଧ୍ୟ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ