Masthead

ସନ୍ୟାସ ନେବା କଥାକୁ ଖାରଜ କଲେ ସୋନିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ନେଇ ଆସିଛି ଏବ ବଡ଼ ଖବର । ରାଜନୀତିରୁ ସନ୍ୟାସ ନେବା କଥାକୁ କରିଛନ୍ତି ଖାରଜ । ଯାହା ଜାତୀୟ ଗଣମାଧ୍ୟମ ଖବରରେ ରେ ପ୍ରକାଶ ପାଇଛି । ଏନେଇ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ସୂଚନା ଦେଇଛନ୍ତି । ଅଳକା କହିଛନ୍ତି, ଗଣମାଧ୍ୟମରେ ରାଜନୀତିରୁ ସନ୍ୟାସ ନେବା ନେଇ ଯେଉଁ ଖବର ପ୍ରକାଶିତ ହୋଇଥିଲା ତାହାକୁ ନେଇ ସେ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସୋନିଆ କହିଥିଲେ, ନା ମୁଁ କେବେ ରାଜନୀତିରୁ ସନ୍ୟାସ ନେଇଥିଲି ନା ଆଗକୁ ନେବି ।

ଗତକାଲି ରାଜନୀତିରୁ ଅବସର ନେବା ନେଇ ସଙ୍କେତ ଦେଲେ ସୋନିଆ ଗାନ୍ଧୀ । କଂଗ୍ରେସର ସର୍ବଦଳୀୟ ଅଧିବେଶନକୁ ସମ୍ବୋଧିତ କରି ସୋନିଆ କହିଥିଲେ, ମୋର ଇନିଂସ ଭାରତ ଯୋଡ଼ ଯାତ୍ରା ସହିତ ସମାପ୍ତ ହୋଇପାରେ, ଯାହା କଂଗ୍ରେସ ପାଇଁ ଏକ ଟର୍ଣିଂ ପଏଣ୍ଟ ହୋଇପାରେ।’ ୨୦୦୪ ଏବଂ ୨୦୦୯ ରେ ଆମର ବିଜୟ ଡ. ମନମୋହନ ସିଂଙ୍କ ଦକ୍ଷ ନେତୃତ୍ୱ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଛି କିନ୍ତୁ ମୋତେ ଅଧିକ ଖୁସି ଦେଉଛି ଯେ ମୋର ଇନିଂସ ଭରତ ଯୋଡୋ ଯାତ୍ରାର ସଫଳତା ସହିତ ଶେଷ ହୋଇପାରେ । ପରେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସୋନିଆ ତାଙ୍କ ଆସନ ଝିଅ ପ୍ରିୟଙ୍କାଙ୍କ ପାଇଁ ଛାଡି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା