Masthead

ଚିନ୍ମୟୀଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା : ଏସପି

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଖୋଲିଲା ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ରହସ୍ୟ। ଚିନ୍ମୟୀଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ବୋଲି କହିଲେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । ଘଟଣା ଦିନ ଉଭୟ ଚିନ୍ମୟୀ ଓ ପ୍ରିତିମାନ ନିଶାସକ୍ତ ଅବସ୍ଥା ରେ ଥିଲେ ବୋଲି ଯଥେଷ୍ଟ ତଥ୍ୟ ପ୍ରମାଣ ମିଳିଛି ବୋଲି ଏସପି କହିଛନ୍ତି । ପ୍ରିତିମନ୍ ଓ ମାନସ ଟୁଡୁ ଙ୍କ ଲାଏ ଡିଟେକସନ୍ ରିପୋର୍ଟ ହସ୍ତଗତ ହେବା ପରେ ପୋଲିସ ଏହି ତଦନ୍ତ ରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଥିଲା। ବିଭିନ୍ନ ଟେକ୍ନିକାଲ ତଥ୍ୟ ପ୍ରମାଣ, ଚିନ୍ମୟୀ ଓ ପ୍ରିତିମାନଙ୍କ ସାଙ୍ଗ ଦେଇଥିବା ୧୬୧ ଷ୍ଟେଟମେଣ୍ଟ, ପୋଷ୍ଟମର୍ଟମ ରିପୋର୍ଟ, ଭିନ୍ନ ଭିନ୍ନ ସ୍ଥାନର ସିସି ଟିଭି ଫୁଟେଜ, ସିନ ରିକ୍ରିଏସନ୍ ରିପୋର୍ଟ , ସାଇନଟିଫିକ ଟିମ୍ ର ତଦନ୍ତ ରିପୋର୍ଟ , ଚିନ୍ମୟୀ ଓ ପ୍ରୀତିମାନ ଙ୍କ ପରିବାର ଦେଇଥିବା ବିଭିନ୍ନ ତଥ୍ୟପ୍ରମାଣ କୁ ବ୍ୟାପକ ତର୍ଜମା କରିବା ପରେ ଏସପି ପ୍ରତିକି୍ରୟା ରଖିଛନ୍ତି । ଏହି ବହୁଚର୍ଚ୍ଚିତ ମୃତ୍ୟୁ ମାତ୍ର ଏକ ଦୁର୍ଘଟଣା ଥିଲା ବୋଲି ଏସପି ସ୍ପଷ୍ଟ କରିଛନ୍ତି । ତେବେ ପ୍ରିତିମାନ୍ ଓ ମାନସ ଟୁଡୁ ପରବର୍ତ୍ତୀ ଇନଭେଷ୍ଟିଗେସନ୍ ପାଇଁ ଯେତେବେଳେ ଡକାଜିବ ସେତେବେଳେ ତଦନ୍ତକାରୀ ଟିମ୍ ସାମ୍ନା ରେ ଉପସ୍ଥିତ ରହି ଉତ୍ତର ଦେବେ ବୋଲି ଏସପି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼