Masthead

ଲାଲୁଙ୍କୁ ଅଢେଇ ଘଣ୍ଟା ପଚରାଉଚରା

ପାଟନା(ବଡ଼ ଖବର ବ୍ୟୁରୋ): ଲାଲୁଙ୍କୁ ଅଢେଇ ଘଣ୍ଟା ପଚରାଉଚରା କରିଛି ସିବିଆଇ । ଜମି ବଦଳରେ ଚାକିରି ମାମଲାରେ ମଙ୍ଗଳବାର ସିବିଆଇର ଏକ ଟିମ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପଚରାଉଚରା କରିଛନ୍ତି । ଲାଲୁଙ୍କ ଦିଲ୍ଲୀ ସ୍ଥିତ ଘରେ ପ୍ରାୟ ଅଢେଇ ଘଣ୍ଟାକାଳ ସିବିଆଇ ପଚରାଉଚରା କରିଛି । ଏହି ମାମଲାରେ ସୋମବାର ଲାଲୁଙ୍କ ପତ୍ନୀ ରାବ୍ରି ଦେବୀଙ୍କୁ ବି ସିବିଆଇ ପାଟନାରେ ପଚରାଉଚରା କରିଥିଲା । ପ୍ରାୟ ୪ ଘଣ୍ଟା ପର୍ୟ୍ୟନ୍ତ ପଚରା ଉଚରା ଚାଲିଥିଲା । ରାଉଜ ଏଭେନ୍ୟୁ କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବାକୁ ସମନ ଜାରି କରିଥିଲେ । ସିବିଆଇ ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ପାଟନା ସ୍ଥିତ ତାଙ୍କ ଘରେ ସୋମବାର ପଚରା ଉଚରା କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ