Masthead

ପାକିସ୍ତାନରେ ବନ୍ଦ ହେଲା ଔରତ ମାର୍ଚ୍ଚ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ବିଶ୍ୱ ମହିଳା ଦିବସ ପଦଯାତ୍ରା ବନ୍ଦ । ପାକିସ୍ତାନର ଲାହୋର ପ୍ରଶାସନ ମହିଳା ଦିବସ ପଦଯାତ୍ରାରେ ରୋକ୍ ଲଗାଇଛି । ମହିଳା ଦିବସ ପଦଯାତ୍ରା ବା ଔରତ ମାର୍ଚ୍ଚ ପାଇଁ ଅନୁମତି ଦେବାକୁ ହୋଇଥିବା ଆବେଦନ ଲାହୋର ପ୍ରଶାସନ ଖାରଜ କରିଦେଇଛି । ଫଳରେ ବନ୍ଦ ହୋଇଯାଇଛି ଔରତ ମାର୍ଚ୍ଚ । ପାକିସ୍ତାନରେ ମହିଳାମାନେ ନିଜ ଅଧିକାର ପାଇଁ ଲଢିପାରିବେ ନାହିଁ । ଆଇନ ଉଲ୍ଲଘଂନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପରେ ରୋକ ଲଗାଇ ପାକିସ୍ତାନର ଲାହୋର ପ୍ରଶାସନ ଏଭଳି ନିଦେ୍ର୍ଦଶ ଦେଇଛି । ମହିଳାଙ୍କ ଅଧିକାର ପ୍ରତି ଧ୍ୟାନ ଦେବା ପାଇଁ ୨୦୧୮ ଠାରୁ ସାରା ପାକିସ୍ତାନର ପ୍ରମୁଖ ସହରରେ ମହିଳାମାନଙ୍କ ସମାବେଶ ଆୟୋଜିତ ହୋଇଥାଏ । ଶୋଭାଯାତ୍ରା ଅଂଶଗ୍ରହଣକାରୀମାନେ ବିବାଦୀୟ ପ୍ଲାକାର୍ଡ ଏବଂ ବ୍ୟାନର ପ୍ରଦର୍ଶିତ କରିବାର ସମ୍ଭାବନା ଥିବାରୁ ଲାହୋର ନଗର କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ।

ଏହା ଆମର ଅଧିକାରର ଉଲ୍ଲଂଘନ। ଏହା ଦ୍ୱାରା ସ୍ୱାଧୀନତାର ଅଧିକାର ପରିଚାଳନା କରିବାରେ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଙ୍କି ମାରୁଛି ବୋଲି ଲାହୋରର ଆୟୋଜକ ହିବା ଆକବର କହିଛନ୍ତି। ଔରତ ମାର୍ଚ୍ଚ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ଲାହୋର କର୍ତ୍ତୃପକ୍ଷ ହାୟା ମାର୍ଚ୍ଚକୁ ଅନୁମତି ଦେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି। ପାକିସ୍ତାନରେ ଛାଡ଼ପତ୍ର, ଯୌନ ଉତ୍ପୀଡ଼ନ ଭଳି ଘଟଣା ବୃଦ୍ଧି ପାଉଥିବାରୁ ଔରତ ସମାବେଶର ଅଂଶଗ୍ରହଣକାରୀଙ୍କ ଦ୍ୱାରା ବ୍ୟାନର ଏବଂ ପ୍ଲାକାର୍ଡ ପ୍ରଦର୍ଶିତ ହେବ ବୋଲି ଲାହୋର ପ୍ରଶାସନ ଗୁଇନ୍ଦା ରିପୋର୍ଟ ପାଇଥିଲା । ଔରତ ସମାବେଶର ଆୟୋଜକ ଏବଂ ଅଂଶଗ୍ରହଣକାରୀମାନେ ପାଶ୍ଚାତ୍ୟ, ଉଦାରବାଦୀ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଏବଂ ଧାର୍ମିକ ତଥା ସାଂସ୍କୃତିକ ସମ୍ବେଦନଶୀଳତାକୁ ଅସମ୍ମାନ କରୁଥିବା କଠୋରପନ୍ଥୀମାନେ ଅଭିଯୋଗ କରିଛନ୍ତି । ପାକିସ୍ତାନରେ କଠୋରପନ୍ଥୀମାନେ ଧାର୍ଯ୍ୟ କରିଥିବା ନିୟମ ଅନୁସାରେ ସରକାର କାର୍ଯ୍ୟ କରିଥାନ୍ତି । ବିବାହ କରିବାର ଅଧିକାର, ଶିକ୍ଷା ଅଧିକାର ଭଳି ପ୍ରସଙ୍ଗରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କିଛି ମହିଳା ସଂଗଠନ ବିରୋଧ କରିଆସୁଛନ୍ତି ।

ନିୟମ ଭଙ୍ଗ ଅଭିଯୋଗରେ ପାକିସ୍ତାନରେ ପ୍ରତିବର୍ଷ ଶହ ଶହ ମହିଳାଙ୍କୁ ହତ୍ୟା କରାଯାଉଛି । ରାଇଟ୍ସ ଗ୍ରୁପ୍ ଇଣ୍ଟରନ୍ୟାସନାଲ କହିଛି ଲାହୋର ପ୍ରଶାସନର ନିଷ୍ପତ୍ତି ହେଉଛି ଅନାବଶ୍ୟକ ପ୍ରତିବନ୍ଧକ। ରାଜଧାନୀ ଇସଲାମାବାଦର ଅଧିକାରୀମାନେ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଔରତ ମାର୍ଚ୍ଚ ଏକ ପାର୍କରେ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହି ପାର୍କରେ ବଳାତ୍କାର କରାଯାଇଥିଲା। ଆୟୋଜକମାନେ ଦାବି କରିଥିଲେ ପାର୍କରେ ନୁହେଁ, ରାଜରାସ୍ତାରେ ହେବ ଔରତ ମାର୍ଚ୍ଚ । ୨୦୨୦ରେ କିଛି କଠୋରବାଦୀ ଏକ ଗାହିରେ ଆସି ଔରତ ମାର୍ଚ୍ଚରେ ଅଂଶଗ୍ରହଣ କରୁଥିବା ମହିଳାଙ୍କ ଉପରକୁ ପଥର ମାଡ଼ କରିଥିଲେ । ଶତାଧିକ ମହିଳା ଗୁରୁତର ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି