Masthead

ହୋଲି ସେଲିବ୍ରେସନ କଲେ, ପରଦିନ ଚାଲିଗଲେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପରଲୋକରେ ଜଣାଶୁଣା ଅଭିନେତା ତଥା ନିଦେ୍ର୍ଦଶକ ସତିଶ କୌଶିକ । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ନିଜ ଅଭିନୟର ଯାଦୁରେ ସବୁବେଳେ ଅନ୍ୟମାନଙ୍କୁ ହସାଉଥିବା ବଲିଉଡର ଜଣାଶୁଣା ଅଭିନେତା ତଥା ‘ମିଷ୍ଟର ଇଣ୍ଡିଆ’ କ୍ୟାଲେଣ୍ଡର ସତୀଶ କୌଶିକ ଆଉ ନାହାନ୍ତି । ମୃତ୍ୟୁ ପୂର୍ବରୁ ବେଶ୍‌ ଖୁସି ଓ ଚଳଚଞ୍ଚଳ ଥିବା ସତୀଶ କୌଶିକଙ୍କ ଏପରି ଅଚାନକ ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି।

ସାଙ୍ଗ ଓ ପରିବାର ସହ ହୋଲି ଖେଳିଥିବା ସତୀଶ ଏପରି ଯେ ସମସ୍ତଙ୍କୁ ଛାଡ଼ି ଚାଲିଯିବେ ତାହାକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି। ମୃତ୍ୟୁ ପୂର୍ବରୁ ସମ୍ପୂର୍ଣ୍ଣ ଠିକ୍‌ ଥିବା ସହ ସୋଶାଲ ମିଡିଆରେ ବି ଖୁବ୍‌ ଆକ୍ଟିଭ ଥିଲେ ସତୀଶ କୌଶିକ । ଗତ ୭ ତାରିଖରେ ମୁମ୍ବାଇର ଜୁହୁସ୍ଥିତ ଶବାନା ଆଜମୀଙ୍କ ଘରେ ଆୟୋଜିତ ହୋଲି ପାର୍ଟିରେ ସେ ଯୋଗ ଦେଇଥିଲେ। ସେଠାରେ ମହିମା ଚୌଧୁରୀ, ଅଲ୍ଲି ଫଜଲ, ରିଚା ଚଡ୍ଡା, ଜାଫେଦ ଅଖତରଙ୍କ ସହ ଖୁବ୍‌ ମଜାମସ୍ତି କରିଥିଲେ। ଏହାର ଫଟୋ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ବି ପୋଷ୍ଟ କରିଥିଲେ ସତୀଶ କୌଶିକ ।

ଏହାପରେ ସେ ଦିଲ୍ଲୀସ୍ଥିତ ଗୁରଗ୍ରାମରେ ରହୁଥିବା ନିଜ ପରିବାର ସହ ହୋଲି ସେଲିବ୍ରେଶନ କରିବାକୁ ଚାଲି ଯାଇଥିଲେ। କିନ୍ତୁସେଠାରେ ହୋଲି ଖେଳିବା ପରେ ସେ ଅଣନିଶ୍ୱାସୀ ଅନୁଭବ କଲେ। ଏହାପରେ ତାଙ୍କୁ ନିକଟସ୍ଥ ଫୋରଟିସ୍‌ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସତୀଶ କୌଶିକ ଆଖି ବୁଜି ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି