Masthead

କିଭର ୪୦ ପ୍ରତିଶତ ଲୋକ ପ୍ରଭାବିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନ ଉପରେ ଘନ ଘନ ବୋମାମାଡ଼ । ମିସାଇଲ ମାଡ଼ କରୁଛି ଋଷ । ଏୟାର ଷ୍ଟ୍ରାଇକ ଯୋଗୁଁ କିବ୍, ଲିବିବ, ସୁମି ଆଦି ସହର ବ୍ଲାକଆଉଟ ହୋଇଛି। ଅନେକ ସହରରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି। ଋଷ ଏୟାର ଷ୍ଟ୍ରାଇକର ଜବାବ ଦେବାକୁ ୠ-୧୬ ଫାଇଟର ପ୍ଲେନ ଯୋଗାଇବାକୁ ଆମେରିକାକୁ ଅପିଲ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ୟୁକ୍ରେନ୍ର ବିଭିନ୍ନ ପ୍ରଦେଶରେ ରୁଷିଆ ଓ ୟୁକ୍ରେନ୍ ସୈନ୍ୟଙ୍କ ମଧ୍ୟରେ ତାଲିଛି ଯୁଦ୍ଧ । ଘନ ଘନ ବୋମା ମାଡ଼ ସାଙ୍ଗକୁ ଗୁଳିବର୍ଷାରେ ଆତଙ୍କିତ ୟୁକ୍ରେନବାସୀ । କିଭର ଗୋଟିଏ ପାୱାର ସେଣ୍ଟରକୁ ରୁଷିଆ ବିସ୍ଫୋରଣରେ ଉଡାଇଦେବା ପରେ ମେୟର ଭିଟାଲାଇ କ୍ଲିଚକୋ କହିଛନ୍ତି କିଭର ୪୦ ପ୍ରତିଶତ ଲୋକ ପ୍ରଭାବିତ ହୋଇଛନ୍ତି । ଏଠାରେ ତାପମାତ୍ର ୪ଡିଗ୍ରୀ ସେଲସିୟସ ଥିବାରୁ ଲୋକଙ୍କ ଚଳଣିରେ ସେଭଳି ସମସ୍ୟା ହେଉ ନାହିଁ ।

ଭାରତୀୟ ସମୟ ଗୁରୁବାର ରାତି ୪ଟା ୧୫ରେ ରୁଷିଆ ରାଜଧାନୀ କିଭ, ଓଡେସାର ବ୍ଲାକ ସି ବନ୍ଦର, ୟୁକେନ୍ର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ୍ ସମେତ ଅନ୍ୟାନ୍ୟ ଅଞ୍ଚଳରେ ବୋମା ବର୍ଷା କରିଥିଲା । ୟୁକ୍ରେନର ପଶ୍ଚିମରେ ଥିବା ଜାଇଟୋମିର, ଭିନିଟିସିଆ, ରିଭେନ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ୟୁକ୍ରେନର ଡନିପ୍ରୋ ଓ ପୋଲଟାଭା ପର୍ୟ୍ୟନ୍ତ ସହରଗୁଡିକ ଏକ ସମୟରେ ରୁଷିଆ ଟାର୍ଗେଟ କରିଥିଲା । କିଭ ମେୟର ଭିଟାଲି କ୍ଲିଚକୋ କହିଛନ୍ତି ସହରର ଦକ୍ଷିଣ-ପଶ୍ଚିମ ଭାଗରେ ଭୟଙ୍କର ବିସ୍ଫୋରଣ ହୋଇଥିବାରୁ ଉଦ୍ଧାର କାର୍ୟ୍ୟ ଚାଲିଛି। ଦୁଇଜଣ ଆହତ ହୋଇଛନ୍ତି। କୁ୍ୟଭ ସହରର ୧୫ପ୍ରତିଶତ ଲୋକଙ୍କ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ରୁଷିଆର ଏୟାର ଷ୍ଟ୍ରାଇକ୍ ପୂର୍ବରୁ ୟୁକ୍ରେନର ଜାପୋରିଜିଆ ପରମାଣୁ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଉତ୍ପାଦନ ବନ୍ଦ କରିଦିଆଯାଇଥିଲା ।

ଜାପୋରିଜିଆ ଏନପିପି ଏବଂ ୟୁକ୍ରେନ ପାୱାର ସିଷ୍ଟମ ମଧ୍ୟରେ ଯୋଗାଯୋଗ ବନ୍ଦ ହୋଇଯାଇଛି। ଏହି ଦୁଇ ପାୱାର ସେଣ୍ଟର ଚାଲିବା ପାଇଁ ୧୦ ଦିନର ଇନ୍ଧନ ମହଜୁଦ ରଖାଯାଇଛି । ଗତ ବର୍ଷ ଅଗଷ୍ଟରେ ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ବନ୍ଦ ରଖାଯାଇଥିଲା । ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୟୁକ୍ରେନ ନ୍ୟାସନାଲ୍ ଗ୍ରୀଡରୁ ଏହାକୁ ଅସ୍ଥାୟୀ ଭାବରେ ବିଚ୍ଛିନ୍ନ କରିଥିଲା। ପରେ ପ୍ଲାଣ୍ଟ ଚାଲିବା ପାଇଁ ଦୁଇ ସପ୍ତାହ ସମୟ ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର