Masthead

ନବ ଦାସ ହତ୍ୟା ଘଟଣାରେ ଜୟନାରାୟଣଙ୍କ ନୂଆ ଥିଓରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟା ଘଟଣାରେ ପୁଣି ନୂଆ ଥିଓରି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଣିଲେ ନୂଆ ଥିଓରୀ । ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା । ନବ ହତ୍ୟାକାଣ୍ଡରେ ଡାଏରି ଥିଓରି ସନ୍ଧେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି। ସେଥିରେ ନବ ଚରିତ୍ର, ଗୋପାଳର ରାଗ ଉପରେ ଲେଖାଇଦେବେ ।

ଅଭିଯୁକ୍ତକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ନବ ହତ୍ୟାକାଣ୍ଡରେ ବଡ଼ ଷଡ଼ଯନ୍ତ୍ର ରହିଛି। ଆଇନଶୃଙ୍ଖଳା ନେଇ ଆମେ ଯେଉଁ ପ୍ରସଙ୍ଗ ଉଠାଇଥିଲୁ ତାହାର ନିର୍ୟ୍ୟାସ ବହାରିନି । ସରକାର ଗୋପାଳକୁ ପାଗଳ କରିବାକୁ ଚାହୁଁଥିଲେ । କୋର୍ଟ ଏବଂ ଡାକ୍ତର ଟିମ କହି ଦେଲେ ସେ ପାଗଳ ନୁହେଁ । ତେବେ ପୁଣି କ୍ରାଇମବ୍ରାଞ୍ଚ କହିଁକି ବାଙ୍ଗାଲୋର ନେବାକୁ । ଏହା ସହ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ, ହାତୀ ମୃତ୍ୟୁ,ଚାଷୀ ସମସ୍ୟା କଥା ବି ବିଧାନସଭା ରେ ଉଠିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ