ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ପୁଣି କମ୍ପିବ ବିଧାନସଭା । ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇବ କଂଗ୍ରେସ । ପୁଣିଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସରକାରକୁ ଘେରିପାରନ୍ତି ବିରୋଧୀ । ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କ ଉତ୍ତର ଲୋଡିବ ବୋଲି କହିଛି କଂଗ୍ରେସ ।
ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ନିର୍ଯ୍ୟାସ ବାହାରି ପାରିନି । କଂଗ୍ରେସ ବିଧାୟକ ଦଳର ନେତା କହିଛନ୍ତି. ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉଠାଇବ ଦଳ । ଏହି ହତ୍ୟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିଛି କଂଗ୍ରେସ । କାହିଁକି ନବ ଦାସଙ୍କୁ ହତ୍ୟା ହେଲା ଏବେ ଯାଏଁ ଜଣା ପଡିନି ।