Masthead

ଆମେ କରିବୁ ଅଫିମ ଚାଷ, ଅନୁମତି ଦିଅ: ମମତା ବାନାର୍ଜୀ

କୋଲକାତା (ବଡ଼ ଖବର ବ୍ୟୁରୋ):ଆମେ କରିବୁ ଅଫିମ ଚାଷ, ଅନୁମତି ଦିଅ । କେନ୍ଦ୍ରକୁ ଏଭଳି ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଧାନସଭାରେ ବଜେଟ ଚର୍ଚ୍ଚାରେ ଭାଗ ନେଇ ଏପରି କହିଛନ୍ତି ଦିଦି। ମମତା ବାନାର୍ଜୀ କହିଛନ୍ତି, ଅଫିମ ଫଳର ମଞ୍ଜିରୁ ପ୍ରସ୍ତୁତ ହୋଇଥାଏ ପୋସ୍ତ । ଆଉ ଏହି ପୋସ୍ତରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ, ଯାହାକି ବଙ୍ଗାଳିମାନଙ୍କର ଖୁବ୍‌ ପସନ୍ଦ। ପୋସ୍ତରେ ପ୍ରସ୍ତୁବ ବ୍ୟଞ୍ଜନ ପ୍ରତି ଆମର ଖୁବ୍‌ ଦୁର୍ବଳତା ଥିବା ବେଳେ ଏହା ଆମର ପ୍ରତିଦିନ ମେନ୍ୟୁରେ ସାମିଲ ହୋଇଥାଏ।

ମାତ୍ର ଆମ ରାଜ୍ୟରେ ଏହାର ଚାଷ ପାଇଁ ଅନୁମତି ନ ଥିବାରୁ ଆମେ ଅନ୍ୟ ରାଜ୍ୟରୁ ଏହାକୁ ଅଧିକ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛୁ। ଏପରିକି କିଲୋ ପିଛା ହଜାରେ ଟଙ୍କା ଦେଇ ଏବେ ଆମେ ପୋସ୍ତ କିଣିବାକୁ ବାଧ୍ୟ ହେଉଛୁ। ମାତ୍ର ଆମେ ନିଜ ରାଜ୍ୟରେ ଏହାର ବହୁଳ ଚାଷ କରି ପାରିଲେ ଏହାର ଦାମ୍‌ କିଲୋ ପିଛା ଶହେ ଟଙ୍କା ପର୍ୟ୍ୟନ୍ତ ଖସି ପାରିବ । ପୋସ୍ତ ଡ୍ରଗ୍ସ ହୋଇ ନ ଥିବାରୁ କେନ୍ଦ୍ର ସରକାର ଏହାର ଅନୁମତି ଦେବାକୁ ପଛଘୁଞ୍ଚା ଦେବା ଉଚିତ ନୁହେଁ। ଶାସକ ଓ ବିପକ୍ଷ ସଦସ୍ୟ ଏକତ୍ରିତ ହୋଇ କେନ୍ଦ୍ର ନିକଟରେ ଏଥିନିମନ୍ତେ ଦାବି ଜଣାଇବାକୁ କହିଛନ୍ତି ମମତା। ଏବେ ୪ଟି ରାଜ୍ୟକୁ ଅଫିମ ଚାଷ ପାଇଁ ଅନୁମତି ଥିବା ବେଳେ ପଶ୍ଚିମବଙ୍ଗକୁ କାହିଁକି ମିଳିପାରିବନି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ