Masthead

ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ରିମାଣ୍ଡ ଓ ଜାମିନକୁ ନେଇ କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ତରଫରୁ ଇଡିର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଜାମିନ ଆବେଦନର ଶୁଣାଣି ମାର୍ଚ୍ଚ ୨୧ ତାରିଖରେ ହେବ । ଶୁଣାଣି ବେଳେ ଇଡି ତରଫରୁ ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଆବେଦନ କରିଥିଲେ ।

ସେପଟେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆଙ୍କ ସିଧାସଳଖ ସମ୍ପୃକ୍ତି ରହିଛି ବୋଲି ଇଡି କହିଛି । ଇଡି ତରଫରୁ ଓକିଲ କହିଥିଲେ କି ଅବକାରୀ ନୀତିରେ ପରିବର୍ତ୍ତନ କରି ମନୀଷ ସିସୋଦିଆ ହୋଲସେଲରଙ୍କୁ ବେଆଇନ ରୋଜଗାର ଦେଇଥିବା କଥା ଅଭିଯୋଗ କରିଥିଲେ । ହେଲେ ଇଡି ଓକିଲଙ୍କ ଏଭଳି ଯୁକ୍ତିକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ । ଆଜି ସିସୋଦିଆଙ୍କର ରାଉଜ୍‌ ଆଭିନ୍ୟୁ କୋର୍ଟରେ ଜାମିନ ଶୁଣାଣି ବେଳେ କୋର୍ଟରେ ଏହି ତଥ୍ୟ ରଖିଛି ଇଡି।

ବିଶେଷଜ୍ଞ କମିଟିର ପରାମର୍ଶ ଅନୁଯାୟୀ ଅବକାରୀ ନୀତି କାର୍ଯ୍ୟକାରୀ ହୋଇ ନାହିଁ। ବରଂ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ଫାଇଦା ପହଞ୍ଚାବା ପାଇଁ ଏହି ନୀତି କାର୍ଯ୍ୟକାରୀ ହୋଇଛି। ଏହି ନୀତି ଦ୍ୱାରା କେତେକ ବ୍ୟକ୍ତିଙ୍କୁ ୧୨ ପ୍ରତିଶତ ଲାଭ ପହଞ୍ଚି ପାରିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ପ୍ରଥମେ ସିସୋଦିଆଙ୍କୁ ଇଡି ଜେରା କରିଥିଲା । ଜେରା ପରେ ଫେବୃଆରୀ ୨୬ ତାରିଖ ଦିନ ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ଗିରଫ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ