ପାକିସ୍ତାନରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ମହଙ୍ଗା ମାଡ଼ । ଏବେ ଲୋକଙ୍କ ବଞ୍ଚିବା ହେଲାଣି ମୁସ୍କିଲ । ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଲାଣି । ଫଳରେ ଲୋକେ ଦେଶ ଛାଡ଼ିବା ଆରମ୍ଭ କଲେଣି । ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଅନେକ ବଡ଼ ବଡ଼ କମ୍ପାନି ସେମାନଙ୍କ ଅଫିସରେ ତାଲା ଝୁଲାଇଥିବା ବେଳେ ମହଙ୍ଗା ମାଡ଼ରେ ଧନୀ ବ୍ୟକ୍ତିଗଣ ବି ଦେଶ ଛାଡ଼ି ପଳାଉଛନ୍ତି। ପାକିସ୍ତାନରେ ଦୁଗ୍ଧ ଲିଟର୍‌ ପିଛା ୧୫୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ରହିଛି ୨୧୩ ଟଙ୍କା। ସେହିପରି ଅଣ୍ଡା‌ ଗୋଟାକ ୨୧ ଟଙ୍କା ହୋଇଥିବା ବେଳେ ଚିକେନ୍‌ କିଲୋ ୫୫୦ ଟଙ୍କା, କମଳା କିଲୋ ୧୬୯ ଟଙ୍କା, ଆଳୁ କିଲୋ ୬୬ ଟଙ୍କା ଓ ଟମାଟର୍‌ କିଲୋ ୧୨୬ ଟଙ୍କା ରହିଛି।

ସେପଟେ ଚୀନକୁ ପାକିସ୍ତାନ ୩୦ ବିଲିୟନ୍‌ ଋଣ ଫେରସ୍ତ କରିବ। ୨୦୨୨ ମସିହା ଫେବ୍ରୁଆରି ମାସରେ ଏହି ଋଣର ପରିମାଣ ୨୫.୧ ବିଲିୟନ୍‌ ଡଲାର ଥିଲା। ପାକିସ୍ତାନକୁ ଚୀନ ଯୋଗାଇଥିବା ସହାୟତା ଆଇଏମ୍‌ଏଫ୍‌ ଋଣଠାରୁ ୩ ଗୁଣ ଅଧିକ। ଏପଟେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ବି ହ୍ରାସ ପାଇଛି। ଏବେ ଗୋଟାଏ ଡଲାର ମୂଲ୍ୟ ପାକିସ୍ତାନୀ ଟଙ୍କା ୨୭୭.୭୧ ସହ ସମାନ ହେବ। ତେବେ ଯେଉଁଭଳି ଭାବେ ପାକିସ୍ତାନ କରଜରେ ବୁଡ଼ିବାରେ ଲାଗିଛି ନିଜକୁ ନିଜେ ଦେବାଳିଆ ଘୋଷଣା କରିବା ପାକିସ୍ତାନ ପାଇଁ ଆଉ ବେଶୀ ‌ଦିନ ନୁହେଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’